ଅମୃତସର: ‘ଭାରତ ଯୋଡ଼ୋ ଯାତ୍ରା’ ଆସନ୍ତାକାଲି ପଂଜାବରେ ପ୍ରବେଶ କରିବ। ଏହାର ଦିନକ ପୂର୍ବରୁ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ପୂଜାର୍ଚ୍ଚନା ଏବଂ ପ୍ରାର୍ଥନା କରିଛନ୍ତି। ହରିୟାଣାରେ ଭାରତ ଯୋଡ଼ୋ ଯାତ୍ରା ଶେଷ କରିବାପରେ ରାହୁଲ ଆଜି ଅପରାହ୍ନରେ ଅମୃତସର ବିମାନବନ୍ଦରରେ ପହଞ୍ଚିଥିଲେ। ପୂର୍ବତନ କଂଗ୍ରେସ ମୁଖ୍ୟ ଏକ କମଳା ରଙ୍ଗର ପଗଡ଼ି ପିନ୍ଧି ସ୍ବର୍ଣ୍ଣ ମନ୍ଦିରର ପବିତ୍ର ପୂଜାସ୍ଥଳରେ ପ୍ରାର୍ଥନା କରିଛନ୍ତି। ରାହୁଲ ଗାନ୍ଧି ମଧ୍ୟ ଟ୍ବିଟରରେ ଆଜିର କିଛି ଫଟୋ ପୋଷ୍ଟ୍ କରିଛନ୍ତି। ରାହୁଲଙ୍କ ସହ ଆଜି ପଂଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଥିଲେ। ମଙ୍ଗଳବାର ସକାଳ ସୁଦ୍ଧା ଅନେକ ପଂଜାବ କଂଗ୍ରେସ ନେତା ରାହୁଲଙ୍କ ଅମୃତସର ଗସ୍ତ ଯୋଜନା ସଂକ୍ରାନ୍ତରେ ଜାଣି ନଥିଲେ। ଆସନ୍ତକାଲି ଭାରତ ଯୋଡ଼ୋ ଯାତ୍ରା ପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp