ରାଜନାଥଙ୍କୁ ରାହୁଲଙ୍କ ପ୍ରଶ୍ନ, ଲଦାଖ୍ ଅଂଚଳରୁ କିଛି ଚୀନ୍ ନେଇଯାଇଛି କି

ୱାସିଂଟନ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଆଉ କବିତାର ପଂକ୍ତି ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଘେରିବା ପରିବର୍ତ୍ତେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏକ ସିଧାସଳଖ ପ୍ରଶ୍ନ ପଚାରିଛନ୍ତିା କଂଗ୍ରେସର ଦଳୀୟ ସଂକେତ ହାତଚିହ୍ନକୁ ସମାଲୋଚନା କରିଥିବା ପ୍ରତିରକ୍ଷା ମନ୍ତ୍ରୀ ମହାଶୟ ଲଦାଖରୁ କିଛି ଅଂଶକୁ ଚୀନ୍ ସେନାବାହିନୀ ଦଖଲ କରିନେଇଥିବା ବିଷୟରେ କହି ପାରିବେ କି ବୋଲି ରାହୁଲ୍ ଟ୍ବିଟରରେ ପ୍ରଶ୍ନ କରିଛନ୍ତି। ସମ୍ପ୍ରତି ଲଦାଖ ସୀମାରେ ଉଭୟ ପଟରୁ ଉେତ୍ତଜନା ଦେଖା ଦେବା ସହ ବାସ୍ତବ ସ୍ଥିତି ସମ୍ପର୍କରେ ଦେଶବାସୀ ଅଜ୍ଞ ଥିବା ବେଳେ ରାହୁଲଙ୍କ ଏଭଳି ପ୍ରଶ୍ନ ରାଜନାଥଙ୍କୁ ନିରୁତ୍ତର ରଖି ଅଡୁଆରେ ପକାଇଛି।

ରବିବାର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ଆମେରିକା ଓ ଇସ୍ରାଏଲ୍ ପରେ କେହି ଯଦି ନିଜ ସୀମାକୁ ସୁରକ୍ଷିତ ରଖିପାରିଛି ସେ ହେଉଛି ଭାରତ। ତାଙ୍କୁ ସମାଲୋଚନା କରି ରାହୁଲ୍ ପ୍ରଖ୍ୟାତ ଊର୍ଦ୍ଦୁ କବି ମିର୍ଜା ଗାଲିବଙ୍କ ଏକ ପଂକ୍ତିକୁ ଉଦ୍ଧାର କରି କହିଥିିଲେ ଯେ ସୀମାର ବାସ୍ତବ ସ୍ଥିତି ସମସ୍ତେ ଜାଣନ୍ତି, ମାତ୍ର ନିଜକୁ ଖୁସି କରିବା ପାଇଁ ଅନେକ ଏମିତି କହିଥାନ୍ତି। ସନ୍ଧ୍ୟାରେ ରାଜନାଥ ସିଂହ ଆଉ ଏକ ଊର୍ଦ୍ଦୁ ପଂକ୍ତି ମାଧ୍ୟମରେ କହିଥିଲେ ଯେ ହାତରେ ଯନ୍ତ୍ରଣା ଥିଲେ ଉପଶମ ପାଇଁ ମଲମ ଲଗାଇବା ସିନା, ମାତ୍ର ହାତ ଯଦି ନିଜେ ଯନ୍ତ୍ରଣାର ଉତ୍ସ ତେବେ କ’ଣ କରିବା ବୋଲି କହି ରାଜନାଥ କଂଗ୍ରେସର ଦଳୀୟ ସଂକେତ ‘ହାତ’କୁ ଏପରି ବିବାଦକୁ ଟାଣିଥିଲୋ

ସମ୍ବନ୍ଧିତ ଖବର