ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନରେ ହିଜାବ୍ ପିନ୍ଧିବା ପ୍ରସଙ୍ଗକୁ ନେଇ ବିବାଦ ବଢ଼ୁଛି। କର୍ଣ୍ଣାଟକରେ ବିଭିନ୍ନ ସ୍କୁଲ୍ ଏବଂ କଲେଜ ମାନଙ୍କରେ ହିଜାବ୍ ପିନ୍ଧିଥିବା ମୁସଲିମ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ମିଳୁନାହିଁ। ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ରାହୁଲ କହିଛନ୍ତି, ହିଜାବ ପ୍ରସଙ୍ଗକୁ ଛାତ୍ରୀମାନଙ୍କ ଶିକ୍ଷା ପଥରେ ଆଣି ସରକାର ସେମାନଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି। ମା’ ସରସ୍ବତୀ ସମସ୍ତଙ୍କୁ ଜ୍ଞାନ ଦେଇଛନ୍ତି। ସେ କୌଣସି ବିଭେଦ ସୃଷ୍ଟି କରିନାହାନ୍ତି। ତେବେ ରାହୁଲଙ୍କ କଥାର କଡ଼ା ଜବାବ ଦେଇଛି ବିଜେପି। କର୍ଣ୍ଣାଟକ ବିଜେପି ରାହୁଲଙ୍କୁ ବିପଜ୍ଜନକ କହିଛି। ରାହୁଲ ଗାନ୍ଧି ଶିକ୍ଷାକୁ ସାମ୍ପ୍ରଦାୟିକ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କର୍ଣ୍ଣାଟକ ବିଜେପି ପକ୍ଷରୁ କୁହାଯାଇଛି। ପୂର୍ବରୁ ସେ ମଧ୍ୟ ପ୍ରମାଣ କରି ସାରିଛନ୍ତି ଯେ, ସେ ଦେଶର ଭବିଷ୍ୟତ ପାଇଁ ବିପଜ୍ଜନକ। ତେବେ ଯଦି ହିଜାବ ଶିକ୍ଷା ପାଇଁ ଏତେ ଗୁରୁତ୍ବପୂର୍ଣ୍ଣ ତେବେ ରାହୁଲ ଗାନ୍ଧି ଏହାକୁ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ କାହିଁକି ବାଧ୍ୟତାମୂଳକ କରିଲେନି ବୋଲି ବିଜେପି ପ୍ରଶ୍ନ କରିଛି।
ହିଜାବ ପ୍ରସଙ୍ଗରେ ରାହୁଲଙ୍କ ପ୍ରତିକ୍ରିୟା: ଦେଶ ଝିଅମାନଙ୍କ ଭବିଷ୍ୟତ ନଷ୍ଟ କରୁଛି, କଡ଼ା ଜବାବ ଦେଲା ବିଜେପି
/sambad/media/post_attachments/wp-content/uploads/2021/11/rahul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)