ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ସମ୍ଭଲ ଯାତ୍ରା ପାଇଁ ଯୋଜନା କରିଥିଲେ। କିନ୍ତୁ ରାହୁଲଙ୍କୁ ଏବେ ତାଙ୍କର ଏହି ଗସ୍ତକୁ ନେଇ ପୁଣି ଥରେ ବିଚାର କରିବାକୁ ପଡ଼ିବ। କାରଣ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ଉତ୍ତରପ୍ରଦେଶ ପ୍ରଶାସନ କଟକଣା ଲଗାଇଛନ୍ତି। ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲକୁ କୌଣସି ବାହାର ଲୋକ ପ୍ରବେଶ କରିପାରିବେନି ବୋଲି ଉତ୍ତରପ୍ରଦେଶ ପ୍ରଶାସନ କହିଛନ୍ତି।
ମୋରାଦାବାଦ ଡିଭିଜିନାଲ କମିସନର ଅନୁଜନେୟ କୁମାର ସିଂହ କହିଛନ୍ତି, ଅଞ୍ଚଳରେ ଶାନ୍ତିର ଆବଶ୍ୟକତା ରହିଛି। କୌଣସି ପ୍ରକାର ଉତ୍ତେଜନା ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇପାରେ। ସିଂହ କହିଛନ୍ତି, ସମ୍ଭଲ ଏବେ ସ୍ଥିତି ସ୍ବାଭାବିକ ରହିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି। ତେଣୁ କୌଣସି ପ୍ରକାରର ଅପ୍ରୀତିକାର ସ୍ଥିତିର ମୁକାବିଲା କରିବାପାଇଁ ଜିଲ୍ଲା ପ୍ରଶାସନ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ଉଲ୍ଲେଖଯୋଗ, ୫ ଜଣ କଂଗ୍ରେସ ସାଂସଦଙ୍କ ସହ ରାହୁଲ ଗାନ୍ଧୀ ଆସନ୍ତାକାଲି ସମ୍ଭଲ ଗସ୍ତ କରିବା ପାଇଁ ଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/04/p2TkV5Y0uscTHs0f9mgA.jpg)