ରାହୁଲଙ୍କ ଆମେଥି ଗସ୍ତକୁ ପ୍ରଶାସନ ମଂଜୁରି ଦେଲାନାହିଁ, କଂଗ୍ରେସର ତୀବ୍ର ପ୍ରତିବାଦ

ସୁରକ୍ଷା କାରଣ ଦର୍ଶାଇଲେ ସରକାର

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ଆମେଥି ଗସ୍ତ କରିବାକୁ ପ୍ରଶାସନ ମଂଜୁରି ଦେଇନାହିଁ। ଏହାକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ଅକ୍ଟୋବର ୪ରୁ ୬ ପର୍ଯ୍ୟନ୍ତ ୩ ଦିନିଆ ଆମେଥି ଗସ୍ତରେ ଯିବା ପାଇଁ ରାହୁଲଙ୍କ କାର୍ଯ୍ୟକ୍ରମ ରହିଥିଲା। ତେବେ ସୁରକ୍ଷା କାରଣରୁ ପ୍ରଶାସନ ଏହି ଗସ୍ତକୁ ଅନୁମତି ଦେଇନଥିବା ଦର୍ଶାଇଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପୁଲିସ ମୁତୟନ ହୋଇଥିବାରୁ ରାହୁଲଙ୍କ ସୁରକ୍ଷାରେ ସମସ୍ୟା ସୃଷ୍ଟି ହେବ ବୋଲି ପ୍ରଶାସନ ଉଲ୍ଲେଖ କରିଛି। ଏହି ଯୁକ୍ତିକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ସମାଲୋଚନା କରିଛନ୍ତି।

ରାହୁଲଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ପୂରାଇ ନଦେବା ପାଇଁ ଏହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ନେତା ଅଖିଳେଶ ସିଂହ କହିଛନ୍ତି। ରାହୁଲଙ୍କ ଗସ୍ତ ସଫଳ ହେଲେ ଏହା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଗସ୍ତକୁ ପ୍ରଭାବହୀନ କରିବ ଆଶଙ୍କା କରି ଯୋଗୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବିରୋଧୀ ଦଳଗୁଡ଼ିକର ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଖଣ୍ଡନ କରିବା ସହ ଏହା କେବଳ ନିରାପତ୍ତା ପ୍ରସଙ୍ଗ ଏବଂ ଏହି କାରଣ ଯୋଗୁଁ ଗସ୍ତ କାର୍ଯ୍ୟକ୍ରମ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦିଆଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର