ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଏବରେଲିରେ ଅବସ୍ଥିତ ଏନଟିପିସି ପାଓ୍ଵାର ପ୍ଲାଣ୍ଟର ବଏଲର ପାଇପ୍ରେ ଆଜି ବିସ୍ଫୋରଣ ଘଟିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଶତାଧିକ ଆହତ ହୋଇଛନ୍ତି। ଏନଟିପିସିର ଉଞ୍ଚାହାର ପ୍ଲାଣ୍ଟ୍ରେ ଏହି ବିସ୍ଫୋରଣ ଘଟିଛି। ୫୦୦ମେଗାଓ୍ଵାଟ୍ ପାଓ୍ଵାର ୟୁନିଟ୍ର ୬ନମ୍ବର ୟୁନିଟ୍ରେ ଶହେରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟରତ ଥିବାବେଳେ ୩୦ ବର୍ଷ ପୁରୁଣା ବଏଲର ପାଇପ୍ ହଠାତ ଫାଟିଯିବା ଫଳରେ ତତ୍କ୍ଷଣାତ ଚାରିଆଡ଼କୁ ନିଅାଁ ବ୍ୟାପିଯାଇଥିଲା। ପ୍ରଚଣ୍ଡ ନିଆ ଓ ଧୂଆ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ତେବେ ବଏଲର ୟୁନିଟ୍ରେ ଅନେକ ଶ୍ରମିକ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ୩୦ରୁ ଅଧିକ ହେବା ଆଶଙ୍କା ରହିଛି। ଏନ୍୍ଡିଆର୍୍ଏଫ୍ର ୩୨ ଜଣିଆ ସଦସ୍ୟ ଦଳ ପ୍ଲାଣ୍ଟ୍ରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ହାତକୁ ନେଇଛନ୍ତି। ଉଦ୍ଧାର ହୋଇଥିବା ଆହତମାନେ ଏନଟିପିସି କ୍ୟାମ୍ପସରେ ଥିବା ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଯେଉଁମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ସେମାନଙ୍କୁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି। ତିନି ଦିନିଆ ମରିସସ୍ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକମାନଙ୍କ ପରିବାରକୁ ୨ ଲକ୍ଷ ଏବଂ ଗୁରୁତର ଆହତମାନଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏନ୍୍ଟିପିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଅପରାହ୍ନ ୩ଟା ବେଳେ ବଏଲର ଫାଟି ଯାଇଥିଲା ଏବଂ ୮୦ରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଥିଲେ। ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୧୦ ଜଣ ଗୁରୁତର ଆହତଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି ।
ରାଏବରେଲି ଏନଟିପିସି ପାଓ୍ଵାର ପ୍ଲାଣ୍ଟ୍ରେ ବିସ୍ଫୋରଣ ୧୨ ମୃତ, ଶତାଧିକ ଆହତ
/sambad/media/post_attachments/wp-content/uploads/2017/11/ec9af110-bf05-11e7-80b5-65d6945df80e.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)