ବିନା ପରିଚୟ ପତ୍ର ଦେଇ ଓୟୋ ହୋଟେଲକୁ ଯାଇଥିବା ୧୦ ଯୋଡିଙ୍କୁ ଅଟକ ରଖିଲା ପୁଲିସ

ଲଖନଉ: ବିନା ପରିଚୟ ପତ୍ରରେ ଓୟୋ ହୋଟେଲକୁ ଯିବା ମହଙ୍ଗା ସାବ୍ୟସ୍ତ ହୋଇଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ସିଭିଲ୍ ଲାଇନ୍ ଅଞ୍ଚଳରେ ଥିବା ଏକ ହୋଟେଲ ଉପରେ ପୁଲିସ ଚଢ଼ାଉ କରି ୧୦ ଯୋଡିଙ୍କୁ ଅଟକ ରଖିଥିଲା | ପୁଲିସ କହିଛି ଯେ ଇଟାୱାସ୍ଥିତ ଏହି ହୋଟେଲ ମ୍ୟାନେଜରଙ୍କୁ ଗୋଟିଏ ଦିନ ପୂର୍ବରୁ କିଛି ଲୁଟେରା ଆକ୍ରମଣ କରି ଟଙ୍କା ଓ ସୁନା ଚେନ ଲୁଟ କରିଥିଲେ | ଆଉ ଏହି ଘଟଣାର ତଦନ୍ତ ପାଇଁ ପୁଲିସ ସେଠାରେ ପହଞ୍ଚିଥିଲା |

ତେବେ ପୁଲିସ ଅନୁସନ୍ଧାନ ବେଳେ ଜାଣିବାକୁ ପାଇଥିଲା ଯେ ଏହି ଓୟୋ ହୋଟେଲରେ କିଛି ଯୁବକ ଏବଂ ଯୁବତୀଙ୍କୁ ଆଧାର ପରିଚୟ ବିନା ରୁମ ବୁକିଂ କରିଛନ୍ତି | ହୋଟେଲରେ ଯାଞ୍ଚବେଳେ ୧୦ଟି କୋଠରୀରେ ୨୦ ଜଣ ଯୁବକ-ଯୁବତୀ ଥିଲେ | ଏହାପରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା | ପୁଲିସ ହୋଟେଲର ରେଜିଷ୍ଟରକୁ ଜବତ କରି ସମସ୍ତ ଯୁବକ ଓ ଯୁବତୀଙ୍କୁ ଅଟକ ରଖି ଆଧାର କାର୍ଡ ଦେଖାଇବା ପାଇଁ ୨୪ ଘଣ୍ଟା ସମୟ ଦେଇଥିଲା। ଏହାପରେ ଯୁବକ ଯୁବତୀ ସେମାନଙ୍କ ପରିଚୟ ପତ୍ର ଦେବା ପରେ ସେମାନଙ୍କୁ ଛାଡି ଦେଇଥିଲା। ପୁଲିସ ଅଧିକାରୀ ବିଜୟ ବାହାଦୂର ବର୍ମା କହିଛନ୍ତି ଯେ ସେମାନେ ଲୁଟ୍ ଘଟଣାର ଅନୁସନ୍ଧାନ କରିବାକୁ ହୋଟେଲକୁ ଆସିଥିଲେ, କିନ୍ତୁ ହୋଟେଲର ଷ୍ଟକ୍ ରେଜିଷ୍ଟରରେ ନାମ ଥିବା ଲୋକଙ୍କ କୌଣସି ପରିଚୟ ପତ୍ର ହୋଟେଲରେ ନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା |

ସମ୍ବନ୍ଧିତ ଖବର