ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତିରେ ହୋଇଥିବା ଅନିୟମିତା ମାମଲାରେ ଆର୍ଥିକ ଦୁର୍ନୀତି ଅଭିଯୋଗ ପ୍ରତି ଗୁରୁତ୍ବ ଦେଇ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦର ପ୍ରାୟ ୩୫ଟି ସ୍ଥାନରେ ସଦ୍ୟ ଚଢ଼ଉ ଆରମ୍ଭ କରିଛି।
ଉପରୋକ୍ତ ରାଜ୍ୟରେ ଥିବା ମଦ କମ୍ପାନି, ବିତରଣକାରୀ ଓ ଯୋଗାଣ ବ୍ୟବସ୍ଥା ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ଘରେ ଖାନ୍ତଲାସ ଚାଲିଛି।
ଏଥିପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟର ଟିମ୍ ପ୍ରତ୍ୟୁଷରୁ ମୁଖ୍ୟାଳୟ ଛାଡ଼ି ଘଟଣାସ୍ଥଳକୁ ଯାଇଛନ୍ତି। ଏହି ଚଢ଼ଉକୁ ହୀନମନ୍ୟତା କହି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
Image Courtesy of Republic Worldଟୁଇଟ୍ କରି ସେ ଲେଖିଛନ୍ତି, ମନୀଷ ସିସୋଦିଆଙ୍କ ବିରୋଧରେ ପ୍ରମାଣ ପାଇବା ଲାଗି ୩ ମାସ ହେବ ୫୦୦ରୁ ଅଧିକ ଚଢ଼ଉ ହେଲାଣି। ୩୦୦ ‘ସିବିଆଇ’/‘ଇଡ଼ି’ ଅଧିକାରୀମାନେ ୨୪ ଘଣ୍ଟା ଖଟୁଛନ୍ତି। କିଛି ପାଉନାହାନ୍ତି। କାରଣ ସେମିତି କିଛି ହୋଇନାହିଁ।
‘ସିବିଆଇ’ ‘ଏଫ୍ଆଇଆର୍’ରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଦିଲ୍ଲୀର କେତେକ ଅମଲାଙ୍କୁ ଅଭିଯୁକ୍ତ କରାଯାଇଥିବାରୁ ଦିଲ୍ଲୀ ମଦ ନୀତିରେ ‘ଆର୍ଥିକ ଦୁର୍ନୀତି’ ମାମଲାର ସୂତ୍ରପାତ ହୋଇଥିଲା।
ଏହି ମାମଲରେ ଅନେକ ପର୍ଯ୍ୟାୟ ଚଢ଼ଉ କରିଥିବା ତଦନ୍ତକାରୀ ଏଜେନ୍ସି ଗତ ସପ୍ତାହରେ ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ମଧ୍ୟ ଗିରଫ କରିଥିଲ। ପ୍ରବର୍ତ୍ତନ ନିର୍ଦେଶାଳୟ କହିବା ଅନୁସାରେ, ‘ଇଣ୍ଡୋସ୍ପିରିଟ୍’ର ମାଲିକ ସମୀର ମହେନ୍ଦ୍ରୁ ମନୀଷ ସିସୋଦିଆଙ୍କ ସହଯୋଗୀଙ୍କୁ ଦୁଇଥର କୋଟି କୋଟି ଟଙ୍କା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/ed-raids.jpg)