ଦିଲ୍ଲୀରେ ଜେଇଏମ୍‌ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ରେଡ ଆର୍ଲଟ ଜାରି

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି ବୋଲି ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିବା ପରେ ଦିଲ୍ଳୀର ନେସ୍‌ନାଲ୍‌ କ୍ୟାପିଟାଲ୍‌ ରିଜିଅନ୍‌(ଏନ୍‌ସିଆର୍‌)ରେ ରେଡ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ୩ରୁ ୪ ଜଣ ଆତଙ୍କବାଦୀଙ୍କର ସଂପୃକ୍ତ ଅଞ୍ଚଳରେ ଉପସ୍ଥିତି ଆଶଙ୍କା କରାଯିବା ପରେ ରେଡ ଆର୍ଲଟ ଜାରି କରାଯାଇଛି।

ଜମ୍ମୁ-କଶ୍ମୀରରେ ଧାରା ୩୭୦ର ଉଚ୍ଛେଦକୁ ବିରୋଧ କରି ଦିଲ୍ଲୀର ଏନ୍‌ସିଆର୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ ଘଟାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଗୁଇନ୍ଦା ରିପୋର୍ଟ ପାଇବା ପରେ ଦିଲ୍ଳୀ ପୁଲିସ୍‌ ବୁଧବାର ରାତିରୁ ସିଲାମପୁର, ଉତ୍ତର-ପୂର୍ବ, ଜମିଆ ନଗର, ପହରଗଞ୍ଜ ସମତେ ଦିଲ୍ଳୀର ଅନ୍ୟ କେତେକ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ବୁଧବାର ରାତି ପ୍ରାୟ ୯ଟାରୁ ଦିଲ୍ଳୀ ପୁଲିସ୍‌ ଓ ଗୁଇନ୍ଦା ବିଭାଗର କେତେକ କର୍ମୀ ଏହି କାମରେ ଲାଗି ପଡ଼ିଛନ୍ତି।

ଗତମାସ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ୮-୧୦ ଜଣ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଘଟାଇ ପାରନ୍ତି।

ସମ୍ବନ୍ଧିତ ଖବର