ରଖେ ହରି, ମାରେ କିଏ ? ଦେହ ଖରାପ ହେବାରୁ ବଞ୍ଚିଗଲେ

ମୁମ୍ବାଇ : ରଖେ ହରି ମାରେ କିଏ ? ଏହି ଶାସ୍ତ୍ରବାକ୍ୟକୁ ସତ ପ୍ରମାଣିତ କରିଛନ୍ତି ମହାରାଷ୍ଟ୍ର ଡାପୋଲୀ କୃଷି ବିଶ୍ୱ ବିଦ୍ୟାଳୟର ଛାତ୍ର ପ୍ରବୀଣ ରାଡିଭେ । ଏହି ବ୍ୟକ୍ତି ଜଣକ ନିଜ ସାଥୀମାନଙ୍କ ସହ ପିକନିକରେ ମହାବଳେଶ୍ୱର ଯିବାର ଥିଲା । କିନ୍ତୁ ହଠାତ ଶରୀର ଅସୁସ୍ଥ ହୋଇପଡିବାରୁ ସେ ଶେଷ ମୂହୂର୍ତ୍ତରେ ଯାଇପାରିନଥିଲେ । ଫଳରେ ସେ ବଞ୍ଚିଯାଇଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି ଯେ ଏହି ପିକନିକ ପାଇଁ ପୂର୍ବରୁ ଯୋଜନା ଶେଷହୋଇଥିଲା । କିନ୍ତୁ ଆଜି ସକାଳେ ଦେହ ଖରାପ ହେବାରୁ ସେ ବସରେ ଯାଇପାରିନଥିଲେ । କିନ୍ତୁ ତାଙ୍କ ସାଥୀମାନେ ହ୍ଵାଟ୍ସଆପ ଗ୍ରୁପରେ ଏହି ଯାତ୍ରାର ନିୟମିତ ବିବରଣୀ, ଫଟୋ ଅପଲୋଡ କରିଚାଲିଥିଲେ । କିନ୍ତୁ ଦିନ ୯.୩୦ ପରଠାରୁ ଆଉ କୌଣସି ଅପଡେଟ ଆସିନଥିଲା । ଫୋନ କଲେ ମଧ୍ୟ ଲାଗିନଥିଲା । ପରେ ସେ ଦିନ ୧୨.୩୦ରେ ଏହି ଦୁର୍ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ । ଏହି ଦୁର୍ଘଟଣାରେ ମୋଟ ୩୩ ଜଣ ପ୍ରାଣ ହରାଇଥିବାବେଳେ ମାତ୍ର ଜଣେ ବଞ୍ଚିଛନ୍ତି । ତାଙ୍କ ନାଁ ହେଉଛି ପ୍ରକାଶ ସାଓ୍ଵନ୍ତ ।

ସମ୍ବନ୍ଧିତ ଖବର