ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ଜୁଲାଇ ୧ରୁ ବର୍ଦ୍ଧିତ ରେଳଭଡ଼ା ଲାଗୁ ହେବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି।
ଏହି ବିଜ୍ଞପ୍ତି ଅନୁସାରେ ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ । ତେବେ ୫୦୧ରୁ ୧୫୦୦ କିଲୋମିଟର ଦୂରତା ପାଇଁ ୫ ଟଙ୍କା ଏବଂ ୨୫୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ପାଇଁ ୧୦ ଟଙ୍କା ଏବଂ ୨୫୦୧ ରୁ ୩୦୦୦ କିଲୋମିଟର ଦୂରତା ସ୍ଲାବ୍ ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି ।
ପ୍ରଥମ ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ ୦.୫ ପଇସା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଏସି ଚେୟାର କାର୍, ଏସି-୩ ଟାୟାର /ଏସି-୩ ଟାୟାର ଇକୋନୋମି, ଏସି ୨-ଟାୟାର, ଏବଂ ଏସି ପ୍ରଥମ/ଏକଜୁକୁଟିଭ ଶ୍ରେଣୀ ଲାଗି ପ୍ରତି କିଲୋମିଟରରେ ୦୨ ପଇସା ବୃଦ୍ଧି କରାଯାଇଛି।
ଏହି ଭଡ଼ା ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ବନ୍ଦେ ଭାରତ, ତେଜସ, ହମସଫର, ଅମୃତ ଭାରତ, ମହାମାନ, ଗତିମାନ, ଅନ୍ତ୍ୟୋଦୟ, ଜନ ଶତାବ୍ଦୀ, ଯୁବା ଏକ୍ସପ୍ରେସ୍, ଏସି ଭିଷ୍ଟାଡୋମ୍ କୋଚ୍, ଅନୁଭୂତି କୋଚ୍ ଏବଂ ସାଧାରଣ ଅଣ-ଉପନଗର ସେବା ଭଳି ପ୍ରିମିୟର ଏବଂ ସ୍ୱତନ୍ତ୍ର ଟ୍ରେନ୍ ସେବା ପାଇଁ ମଧ୍ୟ ପ୍ରଯୁଜ୍ୟ । ତେବେ ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/30/rail-2025-06-30-21-04-45.jpg)