ଓଡ଼ିଶାକୁ ଦିଆଯାଇଥିବା ରେଳ ଅନୁଦାନ କଂଗ୍ରେସ ସରକାରଙ୍କ ତୁଳନାରେ ୧୦ଗୁଣ ଅଧିକ : ବୈଷ୍ଣବ

ନୂଆଦିଲ୍ଲୀ : ରେଳ ବଜେଟରେ ଓଡ଼ିଶାକୁ ରେକର୍ଡ ଅନୁଦାନ ସଂପର୍କରେ ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ରେଳ ବଜେଟରେ ଓଡ଼ିଶା ପାଇଁ ମୋଟ ୯୭୨୩ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି କଂଗ୍ରେସ ସରକାରଙ୍କ ଅମଳ ତୁଳନାରେ ଓଡ଼ିଶାକୁ ଦିଆଯାଇଥିବା ଅନୁଦାନ ପରିମାଣ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଛି । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଉପରେ କେନ୍ଦ୍ର ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କଳାହାଣ୍ଡିରେ ପ୍ରସ୍ତାବିତ ଓ୍ବାଗନ କାରଖାନା ପାଇଁ ଜମି ଅଧିଗ୍ରହଣ ଚାଲୁ ରହିଛି । ଏପର୍ଯ୍ୟନ୍ତ ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି । ରାଜ୍ୟ ସରକାର ସଂପୂର୍ଣ୍ଣ ଜମିଅଗ୍ରହଣ କରିବା ପରେ ପ୍ରକଳ୍ପ କାମ ଆଗେଇବ । ସେ କହିଛନ୍ତି ଯେ ପ୍ରକଳ୍ପ ନେଇ ସୃଷ୍ଟି ହେଉଥିବା ସ୍ଥାନୀୟ ସମସ୍ୟା ଦୂର କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ । ଅଧିକ ଜମି ମିଳିଲେ ପ୍ରକଳ୍ପ କାମ ଆଗେଇ ଚାଲିବ । ପୁଣି ରେଳବାଇ ଏକ ଜଟିଳ ସମସ୍ୟା ହୋଇଥିବାରୁ ଏହାକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ ।

 

 

ସମ୍ବନ୍ଧିତ ଖବର