୫ଟି ସ୍ଥାନରେ ହେବ ‘ରେଳନୀର’ ପ୍ଲାଣ୍ଟ

ନୂଆଦିଲ୍ଲୀ : ଭୁବନେଶ୍ୱର ସମେତ ହାପୁଡ଼, କୋଟା, ନାଗପୁର ଓ ବିଶାଖପାଟଣାରେ ‘ରେଳନୀର୍‌’ ପ୍ଲାଣ୍ଟ ସ୍ଥାପନ କରିବାକୁ କେନ୍ଦ୍ର ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛନ୍ତି। ୨୦୧୯ ସୁଦ୍ଧା ଏହି ପ୍ଲାଣ୍ଟ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହେବ। ରେଳଷ୍ଟେସନ ଓ ଟ୍ରେନ୍‌ ମଧ୍ୟରେ ପିଇବା ପାଣିର ସମସ୍ୟାକୁ ଦୂର କରିବା ପାଇଁ ଏହି ପ୍ଲାଣ୍ଟ ଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସାରା ଦେଶର ରେଳ ଷ୍ଟେସନ ଓ ଟ୍ରେନ ଗୁଡ଼ିକରେ ଦୈନିକ ୧୬ ଲକ୍ଷ ଲିଟର ପାଣିର ଆବଶ୍ୟକତା ହେଉଥିବା ବେଳେ ରେଲେଓ୍ଵ କେବଳ ୬ ଲକ୍ଷ ଲିଟର ପାଣି ଉପଲବ୍ଧ କରାଇ ପାରୁଛି। ଯାହାର ୩୭ ପ୍ରତିଶତ ‘ରେଳନୀର’ ପ୍ଲାଣ୍ଟରୁ ଯୋଗାଇ ଦିଆଯାଉଥିବା ମନ୍ତ୍ରାଳୟ କହିଛନ୍ତି।

ସମ୍ବନ୍ଧିତ ଖବର