ଆସନ୍ତାକାଲି ମଧ୍ୟାହ୍ନ ୧୨ରୁ ୪ଟା ଚାଷୀଙ୍କ ରେଳରୋକ୍, ୨୦ ଅତିରିକ୍ତ କମ୍ପାନି ଫୋର୍ସ ମୁତୟନ କଲା ଭାରତୀୟ ରେଳ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ରେଳରୋକ କରିବେ ଚାଷୀ। ମିଳିତ କୃଷକ ସଂଗଠନ କାଲି ସାରା ଦେଶରେ ରେଳରୋକ୍  କରିବ ବୋଲି ଡାକରା ଦେଇଛି। ସାରା ଭାରତରେ ୪ଘଣ୍ଟା ପାଇଁ ରେଳ ରୋକ୍ କରିବେ ଆନ୍ଦୋଳନରତ ଚାଷୀ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଦେଶର ସମସ୍ତ ରେଳ ଲାଇନରେ ଧାରଣା ଦେଇ ରେଳ ଚଳାଚଳ ବନ୍ଦ କରିବ କୃଷକ ସଂଗଠନ। ତେବେ ଚାଷୀଙ୍କ ‌ରେଳ ରୋକ ଡ଼ାକରାକୁ ଆଖି ଆଗରେ ରଖି ଭାରତୀୟ ରେଳ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳବାଇ ପକ୍ଷରୁ ସାରା ଦେଶରେ ୨୦ଅତିରିକ୍ତ କମ୍ପାନିର ରେଳ ସୁରକ୍ଷା ସ୍ୱତନ୍ତ୍ର ବଳ(ଆରପିଏସଏଫ)କୁ ନିଯୋଜିତ କରାଯିବ। ବିଶେଷ କରି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଅଧିକ ଗୁରୁତ୍ବ ଦିଆଯିବ।

Image result for Indian Railways Deploys 20 Additional RPSF Companies, Focus on Punjab, Haryana, Uttar Pradesh and West Bengal
Rediffmail

ଗତ ସପ୍ତାହରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇଥିବା ମିଳିତ କୃଷକ ସଂଗଠନ ଫେବ୍ରୁଆରି ୧୮ରେ ରେଳ ରୋକ କରାଯିବା ନେଇ ଘୋଷଣା କରିଥିଲା। ନୂତନ କୃଷି ଆଇନ ପ୍ରତ୍ୟାହାର ନେଇ ମିଳିତ କୃଷକ ସଂଗଠନ ଏହି ଘୋଷଣା କରିଥିଲା। ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି , “ମୁଁ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରୁଛି। ଆମେ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିବୁ ଏବଂ ସେଠାରେ ଏକ ନିୟନ୍ତ୍ରଣ କକ୍ଷ ରହିବ। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସହ ଅନ୍ୟାନ୍ୟ ଅଞ୍ଚଳଗୁଡିକୁ ବିଶେଷ ଧ୍ୟାନ ଦିଆଯିବ। ଏହି ଅଞ୍ଚଳରେ ରେଳ ସୁରକ୍ଷା ସ୍ୱତନ୍ତ୍ର ବଳ (ଆରପିଏସଏଫ)ର ୨୦ଟି କମ୍ପାନି (ପ୍ରାୟ ୨୦,୦୦୦ କର୍ମଚାରୀ) ମୁତୟନ କରିଛୁ। ଯାତ୍ରୀମାନଙ୍କର ଯେମିତି କୌଣସି ସମସ୍ୟା ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର