୩ ମାସ ପରେ କଶ୍ମୀରରେ ଗଡ଼ିଲା ଟ୍ରେନ, ଅଗଷ୍ଟ ୫ରୁ ବନ୍ଦ ଥିଲା ରେଳସେବା

ଶ୍ରୀନଗର: ୩ ମାସ ପରେ କଶ୍ମୀର ଉପତ୍ୟକାରେ  ସ୍ୱାଭାବିକ ହେଲା ରେଳ ଚଳାଚଳ । ୩ ମାସ ପର୍ଯ୍ୟନ୍ତ ବନ୍ଦ ଥିବା ଏହି ରେଳସେବା ଆଜିଠାରୁ ଚାଲୁ ହୋଇଛି । ଜାମ୍ମୁକଶ୍ମରୀରେ ଧାରା  ୩୭୦ ହଟିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ସେବା ବନ୍ଦ କରାଯାଇଥିଲା । କଶ୍ମୀରର ଡ଼ିଭିଜନାଲ୍ କମିଶନର ବଶିର ଅହମ୍ମଦ ଖାନ ରେଳ ଧାରଣା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତିନି ଦିନ ଧରି ରେଳ ଧାରଣା ଯାଞ୍ଚ ପରେ ଆଜି ରେଳ ସେବା କାର୍ଯ୍ୟକାରୀ ହୋଇଛି ।

ନଭେମ୍ବର ୧୦ ତାରିଖରେ  ଟ୍ରାଏଲ ରନ୍  ପାଇଁ ଅନୁମତି ଦିଆଯାଇଥିଲା । ୧୧ ନଭେମ୍ବରରେ ରେଳ ସେବା କାର୍ଯ୍ୟକାରୀ କରାଯାଇଛି । ଅଗଷ୍ଟ ୫ ତାରିଖରେ ଉତ୍ତର କଶ୍ମୀର ବାରମୁଳାରୁ ଦକ୍ଷିଣ କଶ୍ମୀର ବନିହାଲ ଯାଏଁ ରେଳ ସେବା ବନ୍ଦ କରାଯାଇଥିଲା ।

ସେପଟେ ଆଜି ଜମ୍ମୁ କଶ୍ମୀରରେ ଖୋଲିଛି ସ୍କୁଲ ଓ କଲେଜ । ଅଯୋଧ୍ୟା ରାୟକୁ ଦୃଷ୍ଟିରେ ରଖି ଉପତ୍ୟକାରେ  ସ୍କୁଲ, କଲେଜ ବନ୍ଦ କରାଯାଇଥିଲା । ହେଲେ ଆଜି କିଛି ସ୍ଥାନରେ ସ୍କୁଲ,କଲେଜ ଖୋଲା ଯାଇଛି । ଅନ୍ୟ କିଛି ସ୍ଥାନରେ ଏବେ ବି ବିଦ୍ୟାଳୟ ବନ୍ଦ ରଖାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଖୋଲିବ ବୋଲି କହିଛନ୍ତି ଡ଼ିଭିଜନାଲ କମିଶନର ସଂଜୟ ବର୍ମା । ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି । ସେପଟେ କିଛି ସ୍କୁଲ ବନ୍ଦ ପରେ ପିଲାମାନେ ଆଜି ପଢ଼ିବାକୁ ଯାଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର