ବଜେଟରେ ରେଳବିଭାଗ ପାଇଁ ୧.୪୦ ଲକ୍ଷ କୋଟି, ସ୍ବାଗତ କଲେ ରେଳମନ୍ତ୍ରୀ ବୈଷ୍ଣବ

ନୂଆଦିଲ୍ଲୀ : ନୂଆ ବଜେଟରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଗତ ଥରର ସଂଶୋଧିତ ବ୍ୟୟବରାଦଠାରୁ ପ୍ରାୟ ୨୦,୩୧୧ କୋଟି ଅଧିକ । ଆସନ୍ତା ୩ ବର୍ଷରେ ପ୍ରାୟ ୪୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ରେଳ ଲାଇନର ନବୀକରଣ ପାଇଁ ୧୩ ହଜାର ୩୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଦୋହରିକରଣ ପାଇଁ ୧୨ ହଜାର ୧୦୮ କୋଟିର ବ୍ୟୟବରାଦ କରାଯାଇଛି ।

ରେଳ ବିଭାଗ ପାଇଁ ଅର୍ଥମନ୍ତ୍ରୀ କରିଥିବା ଘୋଷଣାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବାଗତ କରିଛନ୍ତି । ସେ କହିଛନ୍ତି ଯେ ବଜେଟରେ ଯାତ୍ରୀ ନିରାପତ୍ତା, ନୂଆ ଟେକନଲୋଜୀର ଉପଯୋଗ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି । ଚାଷୀ ଓ କ୍ଷୁଦ୍ର ଶିଳ୍ପ ମାନଙ୍କ ସୁବିଧା ପାଇଁ ରେଳବାଇ ନୂଆ ପ୍ରକାରର ସେବା ଓ ପ୍ରଡକ୍ଟ ଆରମ୍ଭ କରିବ । ୩ ବର୍ଷରେ ପ୍ରାୟ ୪୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣକୁ ସ୍ବାଗତ କରି ସେ କହିଛନ୍ତି ଯେ ବନ୍ଦେ ଭାରତକୁ ଲୋକେ ଗ୍ରହଣ କରିଛନ୍ତି । ଏହା ପ୍ରାୟ ୯୫ ପ୍ରତିଶତ ସିଟ ପୂରଣର ସେବା ଯୋଗାଉଛି ।

 

 

ସମ୍ବନ୍ଧିତ ଖବର