ଚାର୍ଟ ସରିବା ପରେ କ୍ୟାନ୍‌ସେଲ୍‌ ହୋଇଥିବା େଓ୍ଵଟିଙ୍ଗ୍‌ ଟିକିଟ୍‌ରୁ ରେଳବାଇ ପାଇଛି ୭୩ କୋଟି ଟଙ୍କା

ଭୋପାଳ: େଓ୍ଵଟିଙ୍ଗ୍‌ ଜରିଆରେ ମଧ୍ୟ ଭାରତୀୟ ରେଳବାଇ ଉତ୍ତମ ଅଙ୍କର ଅର୍ଥ ଉପାର୍ଜ୍ଜନ କରୁଛି। େଓ୍ଵଟିଙ୍ଗ୍‌ ଟିକିଟ୍‌ କରି ଯାତ୍ରୀ ଚାର୍ଟ ହେବା ଯାଏଁ ଅପେକ୍ଷା କରନ୍ତି। ପ୍ରଥମତଃ ଟିକିଟ୍‌ ତ କନ୍‌ଫର୍ମ ହୁଏ ନାହିଁ, ଦ୍ୱିତୀୟତଃ ଏହାକୁ କ୍ୟାନ୍‌ସଲ୍‌ କରାଇଲେ ଅଲଗା ଚାର୍ଜ ପଡ଼ିଯାଏ। ଏଥିରୁ ଗତବର୍ଷ ରେଳବାଇ ଉପାର୍ଜନ କରିଛି ପ୍ରାୟ ୭୩ କୋଟି ଟଙ୍କା।

ମଧ୍ୟପ୍ରଦେଶର ନିମଚ ଜିଲ୍ଲାର ସାମାଜିକ କର୍ମୀ ଚନ୍ଦ୍ରଶେଖର ଗୌଡ଼ ରେଳବାଇ ଠାରୁ ଜାଣିବାକୁ ଚାହିଁଥିଲେ କି ଚାର୍ଟ ତିଆରି ସରିବା ପରେ େଓ୍ଵଟିଙ୍ଗ୍‌ ଲିଷ୍ଟ୍‍ରେ ଥିବା ଏମିତି ବର୍ଷକୁ କେତେ ଜଣ ଯାତ୍ରୀଙ୍କର ଟିକିଟ୍‌ କନ୍‌ଫର୍ମ ନ ହୋଇ ପାରୁଥିବାରୁ ଯାତ୍ରା କରି ପାରନ୍ତି ନାହିଁ ଏବଂ ସେଥିରୁ ରେଳବାଇ କେତେ ଅର୍ଥ ଉପାର୍ଜନ କରେ।

Photo Courtesy of IB Times India

ସେଣ୍ଟର୍‌ ଫର୍‌ ରେଲ୍‌େଓ୍ଵ ଇନ୍‌ଫର୍ମେସନ୍‌ ସିଷ୍ଟମ୍‌ (କ୍ରିସ୍‌) ସୂଚନା ଦେଇଛି ଯେ ଚାର୍ଟ ତିଆରି ପରେ ସବୁ ବର୍ଗର େଓ୍ଵଟିଙ୍ଗ୍‌ ଲିଷ୍ଟ୍‍ ଟିକିଟ୍‌ର କନ୍‌ର୍ଫମେସନ୍‌ ନ ହୋଇ ପାରିବା କାରଣରୁ ରେଳବାଇର ଉତ୍ତମ ଉପାର୍ଜନ ହୋଇଥାଏ। ସୂଚନା ଅନୁସାରେ, ଚାର୍ଟ ତିଆରି ପରେ ୨୦୧୬-୧୦୧୭ ଆର୍ଥିକ ବର୍ଷରେ େଓ୍ଵଟିଙ୍ଗ୍‌ ଲିଷ୍ଟ୍‍ରେ ଥିବା ୭୭, ୯୨, ୩୫୩ ଖଣ୍ଡ ଟିକିଟ୍‌ କ୍ୟାନ୍‌ସଲ୍‌ କରାଯାଇଥିଲା। ଏଥିରୁ ରେଳବାଇକୁ ୭୨, ୩୮, ୮୯, ୬୧୭ ଟଙ୍କା ରାଜସ୍ୱ ଆକାରରେ ମିଳିଛି।

ସୂଚନା କହିବା ଅନୁସାରେ, ୨୦୧୩-୧୪ ବର୍ଷ ଚାର୍ଟ ତିଆରି ପରେ ୭୦, ୫୩, ୦୩୧ ଖଣ୍ଡ ଟିକିଟ୍‌ କ୍ୟାନ୍‌ସଲ୍‌ ହୋଇ ସେଥିରୁ ୪୫, ୬୮, ୨୯୨୮୪ ଟଙ୍କାର ରାଜସ୍ୱ ମିଳିଥିଲା। ସେହିପରି ୨୦୧୪-୧୫ରେ ୭୯, ୬୨, ୭୮୩ ଖଣ୍ଡ ଟିକିଟ୍‌ କ୍ୟାନ୍‌ସଲ୍‌ କରାଯାଇ ସେଥିରୁ ୩୭, ୯୩, ୩୩, ୪୩୦ ଟଙ୍କା ଉପାର୍ଜନ ହୋଇଥିଲା। ୨୦୧୫-୧୬ରେ ୮୦, ୭୨, ୩୪୩ ଖଣ୍ଡ ଟିକିଟ୍‌ କ୍ୟାନ୍‌ସଲ୍‌ କରାଯାଇ ସେଥିରୁ ୫୨, ୮୧, ୮୨, ୧୬୭ ଟଙ୍କା ମିଳିଥିଲା।

Photo Courtesy of The Financial Express

ରେଳବାଇରୁ ମିଳିଥିବା ସୂଚନା ଅନୁସାରେ, ୨୦୧୬-୧୭ ବର୍ଷରେ ଦୈନିକ ୨୧, ୩୪୮ ଜଣ ଯାତ୍ରୀ ଯାତ୍ରାର ଯୋଜନା କରି ଚାର୍ଟ ତିଆରି ଯାଏଁ ଅପେକ୍ଷା କରିଥିବେ। ଖାଲି ସେତିକି ନୁହେଁ ଟିକିଟ୍‌ କ୍ୟାନ୍‌ସଲ୍‌ କରିବାକୁ ଷ୍ଟେସନ୍‌ ଯାଏଁ ଯାଇଥିବେ ଏବଂ କମ୍‌ ଅର୍ଥ ପାଇଥିବେ।
ଏ ବର୍ଷ ଚାର୍ଟ ତିଆରି ପରେ େଓ୍ଵଟିଙ୍ଗ୍‌ ଲିଷ୍ଟ୍‍ରେ ଥିବା ଯାତ୍ରୀମାନଙ୍କର ଟିକିଟ୍‌ କ୍ୟାନ୍‌ସଲ୍‌ କରି ଦୈନିକ ପ୍ରାୟ ୨୦ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି।

ରେଳବାଇରେ ସଂସ୍କାର କରାଯିବା ଆଳରେ ଟିକିଟ୍‌ କ୍ୟାନ୍‌ସଲ୍‌ କରିବାବେଳେ କଟୁଥିବା ଅର୍ଥର ପରିମାଣ ମଧ୍ୟ ବଢ଼ାଇ ଦିଆଯାଇଛି। ୧୨ ନଭେମ୍ବର ୨୦୧୫ ପର୍ଯ୍ୟନ୍ତ ସ୍ଲିପର୍‌ କ୍ଲାସ୍‌ର ଆର୍‌ଏସ୍‌ସି େଓ୍ଵଟିଙ୍ଗ୍‌ ଟିକିଟ୍‌କୁ ୪୮ ଘଣ୍ଟା ପୂର୍ବରୁ କ୍ୟାନ୍‌ସଲ୍‌ କଲେ ୩୦ ଟଙ୍କା କଟୁଥିଲା। ସେଥିରେ ଏବେ ୬୦ ଟଙ୍କା କଟୁଛି। ସେହିପରି କନ୍‌ଫର୍ମ ଟିକିଟ୍‌ ଉପରେ ୬୦ ଟଙ୍କା ପରିବର୍ତ୍ତେ ୧୨୦ ଟଙ୍କା କଟୁଛି।

Photo Courtesy of India News on Web

ସାମାଜିକ କର୍ମୀ ଚନ୍ଦ୍ରଶେଖର ଗୌଡ଼ କହିଛନ୍ତି ଯେ ଲୋକହିତ ନିମନ୍ତେ ସରକାର ନଭେମ୍ବର ୧୫ରେ କରିଥିବା ପରିବର୍ତ୍ତନର ସମୀକ୍ଷା କରିବା ଉଚିତ। ସେଥିସହ ଯେଉଁ ବ୍ୟକ୍ତିମାନଙ୍କର ଟିକିଟ୍‌ େଓ୍ଵଟିଙ୍ଗ୍‌ ଲିଷ୍ଟ୍‍ରେ ରହି ଯାଉଛି ସେମାନଙ୍କୁ ପୂର୍ଣ୍ଣ ଅର୍ଥ ଫେରସ୍ତ କରାଯିବା ଉଚିତ। କାରଣ, ସେ ଯାତ୍ରୀମାନଙ୍କର କୌଣସି ଭୁଲ୍‌ ନାହିଁ। ସେମାନେ ଯାତ୍ରା କରିବାକୁ ଚାହାଁନ୍ତି କିନ୍ତୁ, ରେଳବାଇ ସେମାନଙ୍କୁ ସିଟ୍‌ ଦେଇ ପାରୁ ନାହିଁ।

ସମ୍ବନ୍ଧିତ ଖବର