କଟିହାର: ‘ଦାଦା! ଛାଡ଼ିବ ନାହିଁ… ଜାବୁଡ଼ି ଧରିଥିବ। ବାସ ଆଉ ଟିକେ.. ଆସିଗଲାଣି। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ଆପଣଙ୍କୁ ଛାଡ଼ିବୁ ନାହିଁ ଆପଣ କଷିକି ଧରିଥାଆନ୍ତୁ।’ ଏକଥା ଜଣେ ବୃଦ୍ଧଙ୍କୁ ମୃତ୍ୟୁମୁଖରୁ ବଞ୍ଚାଉଥିବା ବେଳେ ଟ୍ରେନଯାତ୍ରୀ କହିଛନ୍ତି।
କଟିହାର ଇଣ୍ଟରସିଟି ଏକ୍ସପ୍ରେସରେ ଜଣେ ବୃଦ୍ଧ କିଛି ସାମଗ୍ରୀ ବିକ୍ରି କରିବାକୁ ଅଲୁଆବାଡ଼ି ଷ୍ଟେସନ ନିକଟରେ ଚଢ଼ୁଥିଲେ। ଏହି ସମୟରେ ହଠାତ ଟ୍ରେନର ଦ୍ବାର ବନ୍ଦ ହୋଇଯାଇଥିଲା। ଟ୍ରେନ ବି ଦ୍ରୁତଗତିରେ ତାର ଯାତ୍ରା ଆରମ୍ଭ କରି ଦେଇଥିଲା। ବୃଦ୍ଧ ବିକାଳି ଜଣକ ପ୍ରାଣ ବିକଳରେ ଟ୍ରେନର ଝରକାରେ ଝୁଲି ପଡ଼ିଥିଲେ।
ଏଦୃଶ୍ୟ ଟ୍ରେନରେ ବସି ଯାତ୍ରା କରୁଥିବା ଯାତ୍ରୀଙ୍କ ନଜରରେ ପଡ଼ି ଯାଇଥିଲା। ଟ୍ରେନବଗିରେ ବସିଥିବା ଜଣେ ଯୁବକ ସଙ୍ଗେସଙ୍ଗେ ବୃଦ୍ଧଙ୍କ ହାତକୁ ଧରି ପକାଇଥିଲେ। କାଳେ ବୃଦ୍ଧଙ୍କ ହାତ ଖସିଯିବ ସେଥିପାଇଁ ଆଉଜଣେ ଯାତ୍ରୀ ଗାମୁଚ୍ଛା ଗୁଡ଼ାଇ ଦେଇଥିଲେ। ଆଉ ଆଗଷ୍ଟେସନ ପର୍ଯ୍ୟନ୍ତ ଟ୍ରେନ ପହଞ୍ଚିବା ଯାଏଁ ବୃଦ୍ଧଙ୍କ ମନକୁ ଦୃଢ଼ କରାଇ ଆଶ୍ବସନା ଦେଇ ଆସୁଥିଲେ। ଆଗଷ୍ଟେନନରେ ଟ୍ରେନ ଅଟକିବା ପରେ ବୃଦ୍ଧଜଣକ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ଆଉ ହାତ ଯୋଡ଼ି ତାଙ୍କ ଜୀବନ ବଞ୍ଚାଇଥିବା ଟ୍ରେନଯାତ୍ରୀଙ୍କୁ ଧନ୍ୟବାଦ ଜଣାଇ କାନ୍ଦି ପକାଇଥିଲେ ଗରିବ ବୃଦ୍ଧ ବିକାଳି।
ତେବେ ଟ୍ରେନଯାତ୍ରା ସମୟରେ ଚଢ଼ିବା ଓ ଓହ୍ଲାଇବା ପ୍ରତି ବିଶେଷ ଭାବେ ଧ୍ୟାନ ରଖିବା ଉଚିତ। ନଚେତ ଦୁର୍ଘଟଣା ଘଟିବାର ଅନେକ ଆଶଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/e1b6d17d-374e-4b80-9cba-c10f582ae58e.jpg)