ରେଳ କର୍ମଚାରୀଙ୍କ ଅଦମ୍ୟ ସାହସ: ଷ୍ଟେସନ୍‌ରେ ରେଳଧାରଣାରୁ ଯାତ୍ରୀଙ୍କୁ ଉଦ୍ଧାର କରି ବଞ୍ଚାଇ ଦେଲେ ଜୀବନ

ଖଡ଼ଗପୁର: ରେଳ କର୍ମଚାରୀଙ୍କ ଅଦମ୍ୟ ସାହସ ଯୋଗୁଁ ରେଳ ଦୁର୍ଘଟଣାରୁ ବଞ୍ଚିଗଲା ଜଣଙ୍କର ଜୀବନ । ନିଜ ଜୀବନକୁ ବାଜି ଲଗାଇ ଯାତ୍ରୀଙ୍କ ଜୀବନ ରକ୍ଷା କଲେ ରେଳ କର୍ମଚାରୀ ସତୀଶ କୁମାର । ସିସିଟିଭିରେ କୈଦ ହୋଇଛି ସତୀଶ କୁମାରଙ୍କ ସାହସିକତାର ଦୃଶ୍ୟ। ଘଟଣାଟି ଘଟିଛି ପଶ୍ଚିମବଙ୍ଗା ମେଦିନାପୁରର (ପଶ୍ଚିମ) ଖଡ଼ଗପୁର ରେଳ ବିଭାଗର ବାଲିଚକ ରେଳ ଷ୍ଟେସନରେ ।

ଭିଡିଓରେ ଦେଖାଯାଉଛି ଯେ, ରେଳଧାରଣା ଉପରେ ପଡିଥାନ୍ତି ଜଣେ ବ୍ୟକ୍ତି । ଠିକ ସେହି ସମୟରେ ଆଗକୁ ମାଡି ଆସୁଥାଏ ମାଲଗାଡ଼ି । ଏହି ସମୟରେ ରେଳ କର୍ମଚାରୀ ସତୀଶ କୁମାର ଏକ ମାଲବାହୀ ଟ୍ରେନକୁ ଫ୍ଲାଗ କରିବାକୁ ପ୍ଲାଟଫର୍ମକୁ ଆସିଥାନ୍ତି। କିନ୍ତୁ ସତୀଶ କୁମାରଙ୍କ ନଜର ହଠାତ ଏହି ବ୍ୟକ୍ତିଙ୍କ ଉପରେ ପଡିଲା । ଆଉ ବିଳମ୍ବ ନକରି ରେଳ ଧାରଣାରେ ଡିଆଁ ମାରି ତଳେ ପଡିଥିବା ଲୋକଟିକୁ ଗୋଟିଏ ପଟରୁ ଅନ୍ୟ ପଟକୁ ନେଇଗଲେ । କେଇ ସେକେଣ୍ଡରେ ରେଳଟି ଅତିକ୍ରମ କଲା । ରେଳ ମନ୍ତ୍ରଣାଳୟ ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ କରିବା ସହ ସତୀଶ କୁମାରଙ୍କ ସାହସିକତାକୁ ପ୍ରଶଂସା କରିଛି ।

ସମ୍ବନ୍ଧିତ ଖବର