ଲକଡାଉନ ସମୟରେ ରେଳବାଇ ଯାତ୍ରୀଙ୍କୁ ସୂଚନା ପ୍ରଦାନ ଅବ୍ୟାହତ

ରେଳବାଇ ପକ୍ଷରୁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ନୂଆଦିଲ୍ଲୀ : ସମଗ୍ର ଦେଶରେ ଲକଡାଉନ ଲାଗୁ ହେବା ପରେ ରେଳ ଯାତ୍ରୀ, ମାଲ ପରିବହନକାରୀ ଓ ଅନ୍ୟାନ୍ୟ ନାଗରିକଙ୍କୁ ବିଭିନ୍ନ ସୂଚନା ଓ ସେମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ରେଳବାଇ ପକ୍ଷରୁ ଅହୋରାତ୍ର ଯୋଗାଇଦିଆଯାଉଛି । ଏକ ଘଡିସନ୍ଧି ସମୟରେ ଲୋକଙ୍କୁ ସୂଚନା ସେବା ଯୋଗାଇ ସେମାନଙ୍କ ରେଳ ପରିବହନ ଓ ବ୍ୟବହାର ଜନିତ ଆବଶ୍ୟକତା ପୂରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଲକଡାଉନର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ କ୍ଷେତ୍ରରୁ ରେଳବାଇ ଅନୁସନ୍ଧାନକୁ ୨,୦୫,୦୦୦ ପ୍ରଶ୍ନ ଆସିଥିଲା ଏବଂ ସେସବୁର ଉତ୍ତର ପ୍ରଦାନ କରାଯାଇଥିଲା । ରେଳଯାତ୍ରୀ ଓ ବ୍ୟବହାରକାରୀଙ୍କ ସୂଚନା ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ତାହାର ଜାତୀୟ ସହାୟତା ବ୍ୟବସ୍ଥା ହେଲ୍ପ ଲାଇନକୁ ଚାଲୁ ରଖିଛି । ହେଲ୍ପ ଲାଇନ ୧୩୮,୧୩୯ ସହିତ ସାମାଜିକ ଗଣମାଧ୍ୟମ, ଇ-ମେଲ ଯୋଗେ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଉଛି । ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ୧,୮୫,୦୦୦ ପ୍ରଶ୍ନର ଉତ୍ତର ରେଳ କର୍ମଚାରୀମାନେ ପ୍ରଦାନ କରିଛନ୍ତି ।

ରେଳବାଇ ପକ୍ଷରୁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ତଥା ଅସୁବିଧାରେ ଥିବା ଲୋକମାନଙ୍କୁ ସହାୟତା ଯୋଗାଇଦେବାକୁ ଭାରତୀୟ ରେଳବାଇ ତାହାର ସାମାଜିକ ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିଆସୁଛି । ଦେଶର ବିଭିନ୍ନ ରେଳଜୋନ ଅନ୍ତର୍ଗତ ୩୧୩ ଟି ସ୍ଥାନରେ ଅସୁବିଧାର ସମ୍ମୁଖୀନ ହୋଇ ଅଟକି ରହିଥିବା ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଇତି ମଧ୍ୟରେ ରେଳବାଇ ପକ୍ଷରୁ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଆଇଆରସିଟିସି, ଆରପିଏଫ, ଜୋନାଲ ରେଲୱେ ଓ ରେଳବାଇର ଅନ୍ୟାନ୍ୟ ସଂସ୍ଥା ଏବଂ ସଂଗଠନର କର୍ମଚାରୀମାନେ ଏହି ଦାୟିତ୍ୱ ହାତକୁ ନେଇ ସୁଚାରୁ ରୂପେ ନିର୍ବାହ କରୁଛନ୍ତି । ସାମାଜିକ ଦାୟିତ୍ୱବୋଧ ଓ ସମାଜସେବାକୁ ଅଗ୍ରାଧିକାର ଦେଇ ରେଳବାଇ ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟ ହାତକୁ ନେଇଛି । ମାର୍ଚ୍ଚ ୨୮ରୁ ଏହି ଭୋଜନ ବିତରଣ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର