ଏଣିକି ଟ୍ରେନ୍‌ରେ ଶସ୍ତାରେ ମିଳିବ ଖାଦ୍ୟ, ଦେବାକୁ ପଡିବନି ଏକ୍ସଟ୍ରା ଟଙ୍କା

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଯାତ୍ରୀମାନଙ୍କର ସୁବିଧା ନିମନ୍ତେ ଅନେକ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି। ଯାହାଫଳରେ ଲୋକମାନେ ଟ୍ରେନରେ ଆରାମଦାୟକ ଓ ସୁବିଧାଜନକ ଯାତ୍ରା କରିପାରିବେ। ଏବେ ଏହାକୁ ଆଖି ଆଗରେ ରଖି ରେଳବାଇ ଏକ ନୂଆ ସେବା ଆରମ୍ଭ କରିଛି । ଟ୍ରେନରେ ଅଧିକାଂଶ ସମୟରେ ଯାତ୍ରୀଙ୍କୁ ଖାଇବା-ପିଇବା ଜିନିଷ ଖୋଜିବାକୁ ବହୁତ ହଇରାଣ ହେବାକୁ ପଡେ ଏବଂ ଦାମ ବି ଅଧିକ ଦେବାକୁ ପଡେ । କିନ୍ତୁ ଏବେ ଆଇଆରସିଟିସିର ନୂଆ ସେବା ଜରିଆରେ ଆପଣଙ୍କ ଏହି ଅଭିଯୋଗ ଦୂର ହୋଇପାରେ ।

ଅତିଶୀଘ୍ର ଆଇଆରସିଟିସି ଟ୍ରେନରେ ପଏଣ୍ଟ ଅଫ୍ ସେଲ୍ ହେଣ୍ଡହେଲ୍ଡ ମେସିନ୍ ଜରିଆରେ ପେମେଣ୍ଟ ସୁବିଧା ଆରମ୍ଭ କରିବ। ପିଓଏସ୍ ମେସିନ୍ ଜରିଆରେ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡରୁ ପେମେଣ୍ଟ କରିବା ଉପରେ ତୁରନ୍ତ ବିଲ୍ ଜେନେରେଟ୍ ହୋଇଯିବ । ଏହାଦ୍ୱାରା ଓଭର ଚାର୍ଜିଙ୍ଗର ଅଭିଯୋଗ ବହୁତ କମିଯିବ ।

ଆଇଆରସିଟିସି ତରଫରୁ ଭାରତୀୟ ଟ୍ରେନ୍ ଗୁଡିକରେ ୨ହଜାରରୁ ବି ଅଧିକ ପଏଣ୍ଟ ଅଫ୍ ସେଲ୍ ହେଣ୍ଡହେଲ୍ଡ ମେସିନ୍ ଲଗାଯିବ । ଏହାଦ୍ୱାରା ଜିନିଷ କିଣିଲେ, ହାତକୁ ହାତ ଯାତ୍ରୀଙ୍କୁ ବିଲ ମିଳିପାରିବ । ପ୍ରକୃତରେ ରେଳବାଇରେ ନିକଟରେ ଭେଣ୍ଡରଙ୍କ ଦ୍ୱାରା ଅଧିକ ଟଙ୍କା ନେଉଥିବାର ଅଭିଯୋଗ ଆସିଥିଲା । ଏହା ଦ୍ୱାରା ଆଇଆରସିଟିସି ର ଏହି ପଦକ୍ଷେପ ଦ୍ୱାରା ଭାରତୀୟ ରେଳର କ୍ୟାଟରିଙ୍ଗ ସିଷ୍ଟମରେ ପାରଦର୍ଶିତା ଆସିବ । ଏହା ସହିତ ଯାତ୍ରୀ ମଧ୍ୟ ନିଜ ବିଲକୁ ନେଇ ଅଧିକ ସଚେତନ ରହିବେ । ଏହି ଯୋଜନା ଠିକରେ କାମ କରୁଛି ନା ନାହିଁ ଦେଖିବାକୁ ସମସ୍ତ ମେଲ୍/ଏକ୍ସପ୍ରେସ୍ ଟ୍ରେନରେ ଏକ ବିଶେଷ ଯାଂଚ ଆରମ୍ଭ କରାଯିବ । ଏହି ଯାଂଚ ୨୬ ଜାନୁୟାରୀରୁ ଆରମ୍ଭ ହୋଇ ୧୫ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ ।

ସମ୍ବନ୍ଧିତ ଖବର