ଭାଲେଣ୍ଟାଇନ ଡେରୁ ରେଳବାଇ ଆରମ୍ଭ କରିବାକୁ ଯାଉଛି ଏହି ଯୋଜନା, ଆପଣଙ୍କୁ ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୧୪ ତାରିଖରୁ ଟ୍ରେନରେ କଣ ଖାଇବେ ସେଥିପାଇଁ ଆପଣଙ୍କୁ ଆଉ ଚିନ୍ତିତ ହେବାକୁ ପଡିବ ନାହିଁ | କାରଣ ଭାରତୀୟ ରେଳବାଇ ଦ୍ୱାରା ନିଷ୍ପତ୍ତି ନିଆଯାଇଛି ଯେ ଆଇଆରସିଟିସି ଫେବୃଆରୀ ୧୪ ରୁ ସମସ୍ତ ଟ୍ରେନରେ ଯାତ୍ରୀମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇବ | କରୋନା ମହାମାରୀ ହେତୁ ୨୩ ମାର୍ଚ୍ଚ ୨୦୨୦ଠାରୁ ରେଳବାଇ ଦ୍ୱାରା କ୍ୟାଟରିଂ ସେବା ସ୍ଥଗିତ ରହିଥିଲା। କରୋନା ମାମଲା କମୁଥିବାରୁ ୮୦ ପ୍ରତିଶତ ଟ୍ରେନରେ ଏହି ସୁବିଧା ପୁଣି ଆରମ୍ଭ ହେବ | ବର୍ତ୍ତମାନ ଏହି ସୁବିଧା ଫେବୃଆରୀ ୧୪ରୁ ସମସ୍ତ ଟ୍ରେନରେ ଆରମ୍ଭ ହେବାକୁ ଯାଉଛି |

ରାଜଧାନୀ, ଶତାବ୍ଦୀ ଏବଂ ଦୁରନ୍ତ ଭଳି ପ୍ରିମିୟମ ଟ୍ରେନରେ ରନ୍ଧା ଖାଦ୍ୟର ସୁବିଧା ୨୧ ଡିସେମ୍ବରରୁ ଆରମ୍ଭ ହୋଇଛି | ରେଳବାଇର ଏହି ପଦକ୍ଷେପ ପରେ ଯାତ୍ରୀମାନେ ଏକ ବଡ଼ ଆଶ୍ବସ୍ତି ପାଇବେ ବୋଲି ଆଶା କରାଯାଉଛି। କାରଣ ପୂର୍ବରୁ ଦୂର ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କେବଳ ପ୍ୟାକେଟ ଖାଦ୍ୟ ଉପରେ ହିଁ ଭରସା କରିବାକୁ ପଡୁଥିଲା |

ଏହା ବାଦ ରେଳଷ୍ଟେସନକୁ ସଫା ରଖିବା ପାଇଁ ନୂଆ ନିୟମ ମଧ୍ୟ ଜାରି କରାଯାଇଛି | ନୂତନ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ରେଳଷ୍ଟେସନ ପରିସରରେ ଅସନା କରୁଥିବାର ଦେଖାଯାଏ, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର