ଇଞ୍ଜିନ ପରେ ୨କିଲୋମିଟର ଲମ୍ବା ରେଳ ଧାରଣା ଲୁଟିନେଲେ ଲୁଟେରା, ଦୁଇ ରେଳ କର୍ମଚାରୀ ନିଲମ୍ବିତ

ପାଟନା: ଆପଣ ପୂର୍ବରୁ ବିହାରରେ ବ୍ରିଜ୍ ସହ ମୋବାଇଲ୍ ଟାୱାର ଚୋରି ଖବର ପଢ଼ିଥିବେ | ସେହିପରି କିଛିଦିନ ତଳେ ବିହାରରେ ଟ୍ରେନ୍ ଇଞ୍ଜିନ ମଧ୍ୟ ଲୁଟେରା ଚୋରି କରିନେଇଥିଲେ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଚୋରି ବାବଦରେ କହିବୁ ଯାହା ଜାଣିବା ପରେ ଆପଣ ମୁଣ୍ଡରେ ହାତ ଦେଇଦେବେ | ବାସ୍ତବରେ ଏବେ ରେଳ ଧାରଣା ଚୋରି ଘଟଣା ସାମ୍ନାକୁ ଆସିଛି। ସମସ୍ତିପୁର ରେଳ ବିଭାଗରେ ଏକ ବଡ ସ୍କ୍ରାପ୍ ସ୍କାମ ସାମ୍ନାକୁ ଆସିଛି। ସମସ୍ତିପୁର ରେଳ ବିଭାଗରେ ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର ସ୍କ୍ରାପ ବିକ୍ରି ହେଉଥିଲା। ଏହି ଦୁର୍ନୀତିରେ ଆରପିଏଫ ଅଧିକାରୀଙ୍କ ସମ୍ପର୍କ ମଧ୍ୟ ସାମ୍ନାକୁ ଆସିଛି। ରେଳ ସ୍କ୍ରାପର ଏହି ଘୋଟାଲା ସାମ୍ନାକୁ ଆସିବା ପରେ ରେଳ ବିଭାଗର ସୁରକ୍ଷା କମିଶନର ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଡିଭିଜନାଲ ସିକ୍ୟୁରିଟି କମିଶନର କହିଛନ୍ତି ଯେ ଜାନୁଆରୀ ୨୪ରେ ଲୋହାଟ ଚିନି ମିଲରୁ ପାଣ୍ଡାଉଲ ଷ୍ଟେସନକୁ ଯାଉଥିବା ରେଳ ଧାରଣା ଗାୟବ ହୋଇଯାଇଥିବାର ଜଣାପଡିଥିଲା | ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆରପିଏଫ ଅଧିକାରୀଙ୍କ ସମେତ ଅନ୍ୟ ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସ୍କ୍ରାପ୍ ସ୍କାମର ଯାଞ୍ଚ ପାଇଁ ଏକ ବିଭାଗୀୟ କମିଟି ଗଠନ କରାଯିବ। ତଦନ୍ତରେ ଯଦି ଉଭୟ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଉଭୟଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯିବ।

ସୂଚନା ଥାଉ ଯେ ସମସ୍ତିପୁର ରେଳ ବିଭାଗ ଅଧୀନରେ ପାଣ୍ଡାଉଲ ଷ୍ଟେସନରୁ ଲୋହାଟ ପର୍ଯ୍ୟନ୍ତ ଲୋହାଟ ଚିନି ମିଲ ପାଇଁ ରେଳ ଧାରଣା ବିଛାଯାଇଥିଲା | ଚିନି କାରଖାନା ବନ୍ଦ ହେବା ପରେ ରେଳ ଲାଇନ ମଧ୍ୟ ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ଦୁଇ ଜଣ ଆରପିଏଫ କର୍ମଚାରୀଙ୍କ ସହାୟତରେ ଲୁଟେରା ୨ କିଲୋମିଟର ଲମ୍ବା ରେଳ ଧାରଣା କାଟି ନେଇଯାଇଥିଲେ | ଏହି ପରିପ୍ରେକ୍ଷୀରେ ଦରଭଙ୍ଗା ଆରପିଏଫ ପୋଷ୍ଟରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ଖବର ଅନୁଯାୟୀ, ଉଭୟ କର୍ମଚାରୀ ଜାଲିଆତି କରି ଲୁଟେରାଙ୍କ ସହ ମିଶି ସ୍କ୍ରାପ୍ ସାମଗ୍ରୀ ବିକ୍ରି କରୁଥିଲେ।

ସମ୍ବନ୍ଧିତ ଖବର