ବଦଳିଲା ରେଳ ମହାପ୍ରବନ୍ଧକ ନିଯୁକ୍ତି ଧାରା: ବରିଷ୍ଠତା ନୁହେଁ, ଯୋଗ୍ୟତା ଆଧାରରେ ଚୟନ

ନୂଆଦିଲ୍ଲୀ : ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଥମ ଥର ପାଇଁ ଯୋଗ୍ୟତା ଆଧାରରେ ରେଳ ଆଞ୍ଚଳିକ ମହାପ୍ରବନ୍ଧକଙ୍କୁ ନିଯୁକ୍ତି ଦେଇଛନ୍ତି। ସୋମବାର ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ୧୯୮୫ ବ୍ୟାଚ୍‌ ଭାରତୀୟ ରେଳ ଯନ୍ତ୍ରୀ ସେବା (ଆଇଆର୍‌ଏସ୍‌ଇ) ଅଧିକାରୀ ରୂପ୍‌ ନାରାୟଣ ଶୂନକରଙ୍କୁ ଦାୟିତ୍ବ ଦେଇଛନ୍ତି। ଦେଶର ବିଭିନ୍ନ ରେଳ ଜୋନ୍‌ରେ ମହାପ୍ରବନ୍ଧକ ପଦ ୧୩୪ ବରିଷ୍ଠ ଅଧିକାରୀ ନିଯୁକ୍ତି ଦୌଡ଼ରେ ଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ମହାପ୍ରବନ୍ଧକ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ବରିଷ୍ଠତା ଆଧାରରେ ଜୋନାଲ୍‌ ଓ ଉତ୍ପାଦନ ୟୁନିଟ ମହାପ୍ରବନ୍ଧକମାନଙ୍କୁ ନିଯୁକ୍ତି ଦିଆଯାଉଥିଲା। ତେବେ ରେଳ ମନ୍ତ୍ରୀ ଭାବେ ଶ୍ରୀ ବୈଷ୍ଣବ ଦାୟିତ୍ବ ନେବା ପରେ ବିଭିନ୍ନ ପ୍ରକାର ନୂଆ ପ୍ରୟୋଗ ଓ ପରିବର୍ତ୍ତନ ମନ୍ତ୍ରାଳୟରେ କରାଯାଉଛି। ଏହି କ୍ରମରେ ଦକ୍ଷ ଅଧିକାରୀମାନଙ୍କ ନିଯୁକ୍ତିକୁ ପ୍ରାଥମିକତା ଦିଆଯାଉଛି। ରେଳ ମନ୍ତ୍ରାଳୟର ଏଭଳି ଏକ ଚୟନ ପ୍ରକ୍ରିୟା ଫଳରେ ରେଳ ଜୋନ୍‌ ମହାପ୍ରବନ୍ଧକ ନିଯୁକ୍ତିକୁ ନେଇ ଏକ ନୂ୍ଆ ପରମ୍ପରା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର