ନୂଆଦିଲ୍ଲୀ: ଭାରତରେ ଚଳନ୍ତା ଟ୍ରେନରେ ଚଢ଼ି ହେଉଥିବା ଦୁର୍ଘଟଣା ଅତି ସାଧାରଣ କଥା । ଏହା ଫଳରେ ଅନେକଙ୍କର ଜୀବନ ଯିବା ସହ ଅନେକ ନିଜର ଗୋଡ଼ହାତ ବି ହରାଇ ବସନ୍ତି । ଏପରି ଦୁର୍ଘଟଣାକୁ ରୋକିବା ସହ ଲୋକମାନଙ୍କୁ ସତର୍କ କରାଇବା ପାଇଁ ରେଳବାଇ ଏବେ ନିଆରା ପଦକ୍ଷେପ ନେଇଛି । ରେଳମନ୍ତ୍ରୀ ପିୟୁଷ ଗୋଏଲ ସୁପରହିଟ୍ ବଲିଉଡ୍ ଫିଲ୍ମ ‘ଦିଲ୍ଓ୍ଵାଲେ ଦୁଲ୍ହନିଆ ଲେ ଜାଏଙ୍ଗେ’ର ଏକ ଦୃଶ୍ୟ ମନେପକାଇ ଚଳନ୍ତା ଟ୍ରେନରେ ନ ଚଢ଼ିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।
ଏହି ଫିଲ୍ମର ଶେଷ ଦୃଶ୍ୟରେ ଟ୍ରେନ୍ ଛାଡ଼ି ଦେବାରୁ ଟ୍ରେନକୁ ଧରିବା ପାଇଁ ସିମରନ୍(କାଜୋଲ) ଦୌଡ଼ୁଥିବା ବେଳେ ରାଜ (ଶହାରୁଖ୍ ଖାନ୍ ) ତାଙ୍କୁ ଚଢ଼ିବାରେ ସାହାଯ୍ୟ କରିବା ପାଇଁ ହାତ ବଢ଼ାଉଥିବା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟକୁ ମନେପକାଇ ଲୋକମାନଙ୍କୁ ସଚେତନ ରହିବାକୁ କହିବା ସହ ରେଳ ଟ୍ରାକ୍ରେ ମଳତ୍ୟାଗ କରି ଏହାକୁ ଅପରିଷ୍କାର କରନ୍ତୁ ନାହିଁ ବୋଲି ଟ୍ଵିଟ୍ କରିଛନ୍ତି ପୀୟୁଷ ଗୋଏଲ୍ ।
ଏହା ସହ ‘ଦିଲ୍ଓ୍ଵାଲେ ଦୁଲ୍ହନିଆ ଲେ ଜାଏଙ୍ଗେ’ରେ ଥିବା ଏକ ଗୀତର ସାହାରା ନେଇ ‘ହର୍ ଉତ୍ସବ ମେଁ ଅପକୋ ଅପ୍କେ ପରିବାର ତକ୍ ପହଁଚକର ଖୁସିୟୋଁ କୋ କଇ ଗୁନା ବଢ଼ାନେ ଓ୍ଵାଲି ଭାରତୀୟ ରେଲ୍’ ଲେଖିି ସେ ଲୋକମାନଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି ।
हर उत्सव में आपको आपके परिवार तक पहुंचा कर खुशियों को कई गुना बढ़ाने वाली भारतीय रेल। #RailwayKeZharokheSepic.twitter.com/zc3H2dTa8u
— Piyush Goyal Office (@PiyushGoyalOffc) January 17, 2018
ଏହା ସହ ରେଳ ଲାଇନ୍କୁ ସଫା ରଖିବା ପାଇଁ ସେ ‘ପଟରିୟାଁ ରେଲ କେ ଲିଏ ହୈ,ଶୌଚ କେ ଲିଏ ନେହିଁ’ ଲେଖି ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।
पटरियां रेल के लिये हैं, शौच के लिये नही... पटरियों पर ऐसा करना गंदगी और बीमारी दोनो को आमंत्रण देना है।#RailwayKeZharokheSepic.twitter.com/NZ60z0GcLs
— Piyush Goyal Office (@PiyushGoyalOffc) January 16, 2018
ସୂଚନା ଅନୁଯାୟୀ, ୨୦୧୪-୧୫ରେ ରେଳ ଦୁର୍ଘଟଣାରେ ୧୦୪ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୦୧୬-୧୭ରେ ଏହା ବଢ଼ି ୧୯୩ରେ ପହଞ୍ଚିଥିଲା। ଏହାର ମାତ୍ରାକୁ କମ କରିବା ପାଇଁ ରେଳ ମନ୍ତ୍ରୀ ଏଭଳି ନିଆରା ଢ଼ଙ୍ଗରେ ସଚେତନ କରିଥିବା ଜଣାପଡ଼ିଛି ।