ପାସେଞ୍ଜର ଟ୍ରେନରେ ଯାଇ ଲୋକଙ୍କୁ ସ୍ୱଛତା ବାର୍ତ୍ତା ଦେବେ କେନ୍ଦ୍ର ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡିଶା ଗସ୍ତରେ ଆସିଛନ୍ତି | ଆସନ୍ତାକାଲି ସେ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପାସେଞ୍ଜର ଟ୍ରେନ୍‌ରେ ଯାତ୍ରା କରିବେ ଓ ଯାତ୍ରୀଙ୍କୁ ସ୍ୱଛତାର ମହତ୍ତ୍ୱ ବାବଦରେ ଵୁଝାଇବେ | କେନ୍ଦ୍ର ରେଳମନ୍ତ୍ରୀ ଆସନ୍ତାକାଲି ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଯାତ୍ରା କରିବେ | ଭୁବନେଶ୍ୱରରୁ ଏହି ଟ୍ରେନ ଅପରାହ୍ନ ୦୨ଟା ୩୦ମିନିଟରେ ଛାଡି କଟକ ଯାତ୍ରା କରିବ ଏବଂ ମନ୍ତ୍ରୀଙ୍କ ସହ ଯାତ୍ରୀମାନେ ଯୋଗାଯୋଗ କରିବାର ସୁଯୋଗ ପାଇବେ |

କେନ୍ଦ୍ର ରେଳ ମନ୍ତ୍ରୀ ସ୍ଵଚ୍ଛତା ଅଭିଯାନ ଏବଂ ଏହାର ମହତ୍ତ୍ୱ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିବେ | କେନ୍ଦ୍ର ମନ୍ତ୍ରୀ କଟକ ରେଳ ଷ୍ଟେସନରେ ସ୍ୱଚ୍ଛତା ଅଭିଯାନରେ ମଧ୍ୟ ଭାଗ ନେବେ | ସେହିପରି ଦିନିକିଆ ଗସ୍ତ ମଧ୍ୟରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ଏମଏସଏମଇ କାର୍ଯ୍ୟକ୍ରମରେ ପୂର୍ବାହ୍ନ ୧୦.୧୫ ଘଟିକା ସମୟରେ ଯୋଗଦେବେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ସମ୍ବନ୍ଧିତ ଖବର