ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଆସନ୍ତା ଏପ୍ରିଲ୍ ୧୫ ରୁ ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହୋଇଛି ବୋଲି ଚର୍ଚ୍ଚା ଧରିଥିଲା | ତେବେ ଏହାକୁ ରେଳ ମନ୍ତ୍ରାଳୟ ଖଣ୍ଡନ କରିଛି | ବର୍ତ୍ତମାନ ପାଇଁ କେବେ ରେଳ ସେବା ପୁନଃ ଆରମ୍ଭ ହେବ ସେ ନେଇ ନିଷ୍ପତି ନିଆଯାଇନାହିଁ ବୋଲି ରେଳ ମନ୍ତ୍ରାଳୟ ସ୍ପଷ୍ଟ କରିଛି | ପୂର୍ବରୁ ଚର୍ଚ୍ଚା ହୋଇଥିଲା ଯେ ରେଳବାଇ ଟ୍ରେନ୍ ସେବା ଆରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆଇଆରସିଟିସି ୱେବସାଇଟକୁ ଚାଲୁ କରାଯାଇଥିବା ବେଳେ ଯାତ୍ରୀମାନେ ଏପ୍ରିଲ୍ ୧୫ରୁ କିମ୍ବା ୨୧ ଦିନ ଲକଡାଉନ ପରେ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ ବୋଲି କୁହାଯାଇଛି | ରିପୋର୍ଟରେ କୁହାଯାଇଥିଲା ଯେ ରେଳବାଇ ପକ୍ଷରୁ ଟ୍ରେନ୍ ଡ୍ରାଇଭର, ଷ୍ଟେସନ୍ ମ୍ୟାନେଜର ଏବଂ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଟ୍ରେନର ସମୟ ସାରଣୀ ପଠାଇଛି। ଏଠାରେ ସୂଚନା ଥାଉ କି କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରେଳବାଇ ବୋର୍ଡ ଏପ୍ରିଲ ୧୪ ପର୍ଯ୍ୟନ୍ତ ସମସ୍ତ ଟ୍ରେନକୁ ବନ୍ଦ କରି ଦେଇଛି। କରୋନା ଭୂତାଣୁଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଘୋଷଣା କରିଥିଲେ | ଏହି ଲକଡାଉନ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ସାରା ଦେଶରେ ଲାଗୁ ହୋଇଥିବାବେଳେ ସମସ୍ତଙ୍କୁ ଘରେ ରହିବାକୁ ଲୋକଙ୍କୁ ନିବେଦନ କରାଯାଇଥିଲା । ଲକଡାଉନ୍ ଘୋଷଣା ସହିତ ସମସ୍ତ ଟ୍ରେନ୍, ମେଟ୍ରୋ, ରେଳ ଏବଂ ବସ୍ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ରେଳ ମନ୍ତ୍ରାଳୟର ସ୍ପଷ୍ଟୀକରଣ: ଏପ୍ରିଲ ୧୫ରୁ ରେଳ ଚଳାଚଳ ଲାଗି ନିଷ୍ପତ୍ତି ହୋଇନାହିଁ
/sambad/media/post_attachments/wp-content/uploads/2020/03/indian-railways.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)