ଏହି ଛୋଟିଆ କାମ କରିଦେଲେ, ରେଳ ମନ୍ତ୍ରାଳୟ ନେବ ଆପଣଙ୍କୁ ନିଦରୁ ଉଠାଇବାର ଦାୟିତ୍ୱ

ନୂଆଦିଲ୍ଲୀ: କିଛି ଦିନ ତଳେ ଉତ୍ତର-ପଶ୍ଚିମ ରେଲୱେ ଆରମ୍ଭ କରିଥିବା ‘ୱେକ ଅଫ କଲ’ ସେବା ବାବଦରେ ଆମେ ଆପଣଙ୍କୁ କହିଥିଲୁ | ଏହି ସେବା ଦ୍ୱାରା ଯାତ୍ରୀଙ୍କୁ ନିଦରୁ ଉଠାଇବାକୁ ଖୋଦ ଉତ୍ତର ପଶ୍ଚିମ ରେଲୱେ ଦାୟିତ୍ୱ ନେଇଥିବାର କଥା ଆମେ ଜଣାଇଥିଲୁ | ହେଲେ ଏବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି ରେଳ ମନ୍ତ୍ରାଳୟ | ଏହି ଛୋଟିଆ କାମଟିଏ କରିଦେଲେ ରେଳ ମନ୍ତ୍ରାଳୟ ଆପଣଙ୍କୁ ନିଦରୁ ଉଠାଇବାର ଦାୟିତ୍ୱ ନେବ |

ଟ୍ରେନ ଯାଉଥିବାବେଳେ ଯଦି ରାତିରେ କୌଣସି ଷ୍ଟେସନରେ ଓହ୍ଲାଇବାକୁ ଥାଏ, ଯାତ୍ରୀ ଶାନ୍ତିରେ ଶୋଇପାରିନଥାନ୍ତି | ବେଳେ ବେଳେ ଆଖି ଲାଗିଯାଇଥିବାରୁ ରାତିରେ ଯାତ୍ରୀ ଷ୍ଟେସନରେ ଓହ୍ଲାଇପାରିନଥାନ୍ତି | ମିଳିଥିବା ସୂଚନା ମୁତାବକ ଯାତ୍ରୀଙ୍କୁ ଏବେ ‘ୱେକ ଅଫ କଲ’ ବା ‘ଜାଗ୍ରତ ପାଇଁ ଫୋନଟିଏ’ ଭଳି ସୁବିଧା ଦେବା ଆରମ୍ଭ କରିଛି | ଅର୍ଥାତ ଯେଉଁ ଷ୍ଟେସନରେ ଯାତ୍ରୀଙ୍କୁ ଓହ୍ଲାଇବାକୁ ଥିବ, ଏହାର କିଛି ସମୟ ପୂର୍ବରୁ ପଂଜିକୃତ ନମ୍ବରକୁ ଫୋନ କଲଟିଏ ଆସିବ | ‘ଆପଣ ଉଠିଯାଆନ୍ତୁ, ଆପଣଙ୍କ ଷ୍ଟେସନ ଆସିବାକୁ ଯାଉଛି’ ବୋଲି ଏହି ଫୋନ କଲରେ ଶୁଣାଯିବ | ଏଥିପାଇଁ ଆପଣଙ୍କୁ ଏହି ଛୋଟ କାମଟି କରିବାକୁ ପଡିବ |
ପ୍ରଥମ କାମ: 139 ରେ ମୋବାଇଲରେ କଲ କରନ୍ତୁ
ଦ୍ଵିତୀୟ କାମ: ଭାଷା ଚୟନ କରନ୍ତୁ
ତୃତୀୟ କାମ: ବିକଳ୍ପରେ ୨ ନମ୍ବରକୁ ଚୟନ କରନ୍ତୁ
ଚତୁର୍ଥ କାମ: ବିକଳ୍ପରେ ୭ ନମ୍ବରକୁ ଚିପନ୍ତୁ
ପଞ୍ଚମ କାମ: ୧୦ ଅଙ୍କର ପିଏନଆର ନମ୍ବର ଦିଅନ୍ତୁ
ଷଷ୍ଠ କାମ: ଷ୍ଟେସନର ଏସଟିଡି କୋଡ଼ ଦେଇ ଷ୍ଟାର ବଟନ ଦବେଇବେ
ସପ୍ତମ କାମ: ଏହା ପରେ ଏକ କନଫର୍ମେଶନ ମେସେଜ ଆସିବ
ଏହା ପରେ ଆପଣଙ୍କ ମୋବାଇଲ ନମ୍ବର ଆକ୍ଟିଭ ହୋଇଯିବ ଓ ଷ୍ଟେସନ ଆସିବାର ଅଧଘଣ୍ଟା ଆଗରୁ ଫୋନ କଲ ଆସିଯିବ |

ସମ୍ବନ୍ଧିତ ଖବର