ମଇ ପହିଲାରୁ ରେଳବାଇର ନୂଆ ନିୟମ: ଚାରିଘଣ୍ଟା ପୂର୍ବରୁ ଯାତ୍ରୀ ନିଜର ଷ୍ଟେସନ ପରିବର୍ତ୍ତନ କରିପାରିବେ

ନୂଆଦିଲ୍ଲୀ : ଆଗାମୀ ମଇ ପହିଲାରୁ ଭାରତୀୟ ରେଳବାଇ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯିବ ବୋଲି ଜଣାଯାଇଛି । ସେହି ନିୟମ ଅନୁଯାୟୀ ଚାରିଘଣ୍ଟା ପୂର୍ବରୁ ରେଳଯାତ୍ରୀ ତାଙ୍କ ଯାତ୍ରା କରିବା ଷ୍ଟେସନ ପରିବର୍ତ୍ତନ କରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଯାତ୍ରୀଙ୍କୁ ନିଜ ନିର୍ଦ୍ଧାରିତ ଷ୍ଟେସନ ପରିବର୍ତ୍ତନ କରିବାକୁ ହେଲେ ୨୪ ଘଣ୍ଟା ଆଗରୁ ଆବେଦନ କରିବାକୁ ପଡ଼ୁଥିଲା ।

ଯେଉଁ ରେଳ ଯାତ୍ରୀମାନେ ଆଗରୁ ଏକ ଷ୍ଟେସନ ଲାଗି ଟିକେଟ ବୁକ୍ କରିଥିବେ କିନ୍ତୁ କୌଣସି କାରଣବଶତଃ ସେ ସେଠାକୁ ଯିବେ ନାହିଁ ,ବରଂ ଅନ୍ୟ ଜାଗାକୁ ଯିବେ ବୋଲି ଠିକ୍ କରିଥାନ୍ତି, ଏଭଳି ପରିସ୍ଥିତିରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ମାତ୍ର ୪ ଘଣ୍ଟା ପୂର୍ବରୁ ସେ ନିଜର ଗତିପଥ ବଦଳାଇପାରିବେ । ଏଥିପାଇଁ ଯାତ୍ରୀ ୧୩୯ ନମ୍ବରରେ କଲ କରି କମ୍ବା ଷ୍ଟେସନ ସୁପରଭାଇଜର ରିଜର୍ଭେସନକୁ ଏକ ଆବେଦନ ପତ୍ର ଦେବାକୁ ପଡ଼ିବ । ଏହି ଆବେଦନ ଦ୍ୱାରା କେବଳ ନିଜର ବୋଡ଼ିଙ୍ଗ ଷ୍ଟେସନ ବଦଳା ଯାଇପାରିବ , କିନ୍ତୁ ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର