ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଭାରତୀୟ ରେଳବାଇର ଟିକେଟ ବୁକିଂ ୱେବସାଇଟ୍ ଆଇଆରସିଟିସି ଯାତ୍ରୀଙ୍କ ପାଇଁ ଏକ ନୂତନ ସୁବିଧା ଆରମ୍ଭ କରିଛି।
ଏହି ସୁବିଧା ଅନୁଯାୟୀ ଯଦି ଟ୍ରେନ ବିଳମ୍ବ ହୁଏ କିମ୍ବା ଏସି କୋଚରେ ସମସ୍ୟା ଦେଖା ଦିଏ (ଯେମିତି କି ଥଣ୍ଡା ନହେବା,ଏସି ଖରାପ ଥିବା) ତେବେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟିକେଟର ଟଙ୍କା ଫେରସ୍ତ କରି ଦିଆଯିବ। ଏହି ନିଷ୍ପତ୍ତି ଯାତ୍ରୀଙ୍କ ସମସ୍ୟାକୁ ହ୍ରାସ କରିବା ପାଇଁ ନିଆଯାଇଥିବା ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।ଅନେକ ସମୟରେ ଟ୍ରେନ ବିଳମ୍ବ ହେବା କିମ୍ବା ବଗିରେ ଏସି କାମ ନ କରିବା ଯୋଗୁଁ ଯାତ୍ରୀମାନେ ଯାତ୍ରା ସମୟରେ ହନ୍ତସନ୍ତ ହୋଇଥାଆନ୍ତି।
ଆଇଆରସିଟିସିର ଏହି ନୂତନ ନିୟମ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ଏହି ସୁବିଧା ବିଶେଷ ଭାବରେ ସେମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ଦୂର ଯାତ୍ରା କରନ୍ତି ଏବଂ ସମୟର ମୂଲ୍ୟ ବୁଝନ୍ତି। ଯଦି ଟ୍ରେନ ୩ ଘଣ୍ଟାରୁ ଅଧିକ ବିଳମ୍ବ ହୁଏ କିମ୍ବା ଏସି କୋଚରେ ୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଥଣ୍ଡା ଅନୁଭବ ନହୁଏ ତେବେ ଏପରି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଆଇଆରସିଟିସି ୱେବସାଇଟରେ ଅଭିଯୋଗକୁ ୨୪ ଘଣ୍ଟା ମଧ୍ୟରେ ଆବେଦନ କରିବାକୁ ପଡିବ।
ରିଫଣ୍ଡ ପାଇବା ବହୁତ ସହଜ। ଏଥିପାଇଁ ଆଇଆରସିଟିସି ୱେବସାଇଟ୍ (www.irctc.co.in)କୁ ଯାଇ ଆପଣଙ୍କ ୟୁଜରନେମ୍ ଏବଂ ପାସୱାର୍ଡ ସହିତ ଲଗଇନ୍ କରନ୍ତୁ।
ହୋମପେଜରେ "ରିଫଣ୍ଡ" କିମ୍ବା "ଅଭିଯୋଗ" ବିକଳ୍ପ ଖୋଜି କ୍ଲିକ୍ କରନ୍ତୁ। ଆପଣଙ୍କ ଟିକେଟର ପିଏନଆର ନମ୍ବର, ଯାତ୍ରା ତାରିଖ ଏବଂ ସମସ୍ୟା (ଟ୍ରେନ୍ ବିଳମ୍ବ କିମ୍ବା ଏସି ତ୍ରୁଟିପୂର୍ଣ୍ଣ) ପ୍ରବେଶ କରନ୍ତୁ। ସମସ୍ତ ସୂଚନା ପୂରଣ କରିବା ପରେ, ସବମିଟ୍ ବଟନ୍ ଦବାନ୍ତୁ। ଆପଣଙ୍କ ଟଙ୍କା ୭ ରୁ ୧୦ ଦିନ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରିଦିଆଯିବ।
ଏହି ରିଫଣ୍ଡ ନିୟମ କେବଳ ନିଶ୍ଚିତ ହୋଇଥିବା ଟିକେଟ ପାଇଁ ପ୍ରଯୁଜ୍ୟ ରହିଛି। ଯଦି ଆପଣଙ୍କର ଟିକେଟ୍ ୱେଟିଂ ତାଲିକାରେ ଥିବ କିମ୍ବା ବାତିଲ ହୋଇଯାଇଥିବା ସେ କ୍ଷେତ୍ରରେ ଏହି ନିୟମ ପ୍ରଯୁଜ୍ୟ ହେବ ନାହିଁ।
ସେହିପରି ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଯଦି ଟ୍ରେନ ବିଳମ୍ବର କାରଣ ପ୍ରାକୃତିକ ବିପର୍ଯ୍ୟୟ ହୋଇଥାଏ, ତେବେ ଆପଣଙ୍କୁ ରିଫଣ୍ଡ ମଧ୍ୟ ମିଳିବ ନାହିଁ। ଏସି ଖରାପ ହେବା ବିଷୟରେ ଅଭିଯୋଗ କରିବାକୁ, ଆପଣଙ୍କୁ ଟ୍ରେନର ଟିଟିଇ କିମ୍ବା କର୍ମଚାରୀଙ୍କଠାରୁ ଏକ ଲିଖିତ ଅଭିଯୋଗ ନେବାକୁ ପଡିବ, ଯାହାକୁ ଆପଣ ପ୍ରମାଣ ସ୍ବରୂପ ଦେଖାଇ ପାରିବେ।