ଧୋତି ପିନ୍ଧିଥିଲେ ବୋଲି ଟ୍ରେନରେ ଚଢ଼ାଇଦେଲେନି ରେଲୱେ ପୁଲିସ

ଇଟାବା: ଉତ୍ତରପ୍ରଦେଶର ଇଟାବା ଦେଇ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସରେ ଆଜି ଜଣେ ବୃଦ୍ଧ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରାଯାଇଛି |ତାଙ୍କ ପାଖରେ ଟ୍ରେନ ଟିକଟ ଥିଲେ ବି ଟ୍ରେନରେ ଚଢ଼ିବାକୁ ଦିଆଯାଇନଥିଲା | ରେଳ ସୁରକ୍ଷା ବଳ ଓ ଟ୍ରେନ ଆଟେଣ୍ଡାଂଟ ତାଙ୍କୁ ଟ୍ରେନରେ ଯିବାକୁ ଦେଇନଥିଲେ | ଏହାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

Image courtesy: indiatoday.in

ଏହି ବ୍ୟକ୍ତି ଜଣକ ଚପଲ ଓ ଧୋତି ପିନ୍ଧିଥିବାରୁ ତାଙ୍କୁ ଟ୍ରେନରେ ଯିବାକୁ ଦିଆଯାଇନଥିବାର ସେ ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ମୁତାବକ ବାବା ରାମଅବଧ ଦାସ ନାମକ ୭୨ ବର୍ଷୀୟ ବୃଦ୍ଧ ବ୍ୟକ୍ତି ଇଟାବାରୁ ଗାଜିଆବାଦ ଯିବା ପାଇଁ ଟିକଟ କରିଥିଲେ | ଟ୍ରେନର ସି-୨ କୋଚରେ ତାଙ୍କର ୭୨ ନମ୍ବର ସିଟ କନଫର୍ମ ହୋଇଥିଲା |

ଟ୍ରେନ ଷ୍ଟେସନକୁ ଆସିବା ମାତ୍ରେ ସେ ଟ୍ରେନରେ ଚଢ଼ିବାକୁ ଉଦ୍ୟତ ହେବାମାତ୍ରେ ସୁରକ୍ଷାକର୍ମୀ ତାଙ୍କୁ ମନା କରିଦେଇଥିଲେ | ଆଉ ଟ୍ରେନ ସମୟ ହୋଇଯାଇଥିବାରୁ ଟ୍ରେନରେ ଚଢ଼ିପାରିନଥିଲେ | ଏହାକୁ ନେଇ ସେ ଷ୍ଟେସନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ରେଳ ମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର