ନୂଆଦିଲ୍ଲୀ : ଦେଶର ସମସ୍ତ ରେଳ ଷ୍ଟେସନରେ ଉପଲବ୍ଧ ହେଉଥିବା ବିଶ୍ରାମ ଗୃହ ଓ ଶୟନ କକ୍ଷ ମାନଙ୍କର ବୁକିଂ ଅନଲାଇନ୍ ହେବ। ରେଲୱେ ବୋର୍ଡ ଏନେଇ ଆଦେଶ ଜାରି କରିଛନ୍ତି। ଏହା ପରେ ଏହାର ପରିଚାଳନା ଆଇଆରସିଟିସି ନିକଟକୁ ଚାଲିଆସିବ। ରେଲୱେ ବୋର୍ଡ ନିକଟରେ ଦେଶର ସମସ୍ତ ଜୋନାଲ ରେଲୱେକୁ ଏନେଇ ଆଦେଶ ଜାରି କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନ ୩୨ଟି ରେଳ ଷ୍ଟେସନରେ ବିଶ୍ରାମ ଗୃହ ଓ ଶୟନ କକ୍ଷ ବୁକିଂ କରିବାର ସୁବିଧା ରହିଛି। ଆଇଆରସିଟିସିର ପ୍ରସ୍ତାବ ଉପରେ ରେଲଵ ବୋର୍ଡ ମୋହର ଲଗାଉଛି। ଦେଶର ସମସ୍ତ ବିଶ୍ରାମ ଗୃହ ପର୍ଯ୍ୟାୟକ୍ରମେ ଆଇଆରସିଟିସିକୁ ହସ୍ତାନ୍ତର କରାଯିବ। ଏହା ପରେ ରେଳ ଯାତ୍ରୀ କୌଣସି ରେଲୱେ ଷ୍ଟେସନରେ ଅନଲାଇନ୍ରେ ବିଶ୍ରାମ ଗୃହ ବୁକିଂ କରିପାରିବେ।
ରେଳ ଷ୍ଟେସନରେ ବିଶ୍ରାମ ଗୃହର ବୁକିଂ ଅନଲାଇନ୍ ହେବ
/sambad/media/post_attachments/wp-content/uploads/2019/05/railway-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)