ଅଗ୍ନିପଥ ହିଂସା: ନିଜ ଜୀବନକୁ ବାଜିରେ ଲଗାଇ ୪୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ରେଳ କର୍ମଚାରୀ

ସିକନ୍ଦରାବାଦ: କେନ୍ଦ୍ର ସରକାରଙ୍କ ନୂତନ ସେନା ନିଯୁକ୍ତି ଯୋଜନା ଅଗ୍ନିପଥକୁ ବିରୋଧ କରି ଆଜି ପ୍ରତିବାଦକାରୀ ସିକନ୍ଦରାବାଦ ରେଳ ଷ୍ଟେସନରେ ତିନୋଟି ଟ୍ରେନରେ ନିଆଁ ଲଗାଇଦେଇଥିଲେ | ରେଳ ଷ୍ଟେସନ୍‌ରେ ପ୍ରତିବାଦ ପ୍ରଦର୍ଶନ ପ୍ରବଳ ହେବାରୁ ଉତ୍ତ୍ୟକ୍ତ ପ୍ରତିବାଦକାରୀଙ୍କୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୮ଜଣ ଆହତ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି । ସୂଚନାନୁସାରେ, ଅତି କମରେ ୫୦୦୦ ଆନ୍ଦୋଳନକାରୀ ସିକନ୍ଦରାବାଦ ରେଳ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ଏହି ପ୍ରତିବାଦକାରୀମାନେ ଏକ ବଗିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ |

ତେବେ ଏହି ବଗିରେ ପ୍ରାୟ ୪୦ ଜଣ ଯାତ୍ରୀ ଫସିରହିଥିଲେ | ତେବେ ରେଳ କର୍ମଚାରୀମାନେ ନିଜ ଜୀବନକୁ ବାଜିରେ ଲଗାଇ ଏମାନଙ୍କୁ ଉଦ୍ଧାର କରିଥିଲେ | ଏହି ଘଟଣାର ସାକ୍ଷୀ ଥିବା ତଥା ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଏସି ପାୱାର କାର ମେକାନିକ ସୁମନ କୁମାର ଶର୍ମା କହିଛନ୍ତି ଯେ ଏ -୧ କୋଚ ଭିତରେ ଅତି କମରେ ୪୦ ଜଣ ଯାତ୍ରୀ ଥିଲେ |ଆଉ ଆନ୍ଦୋଳନକାରୀ ହଠାତ ବାଡି ଓ ପଥରରେ ଆକ୍ରମଣ କରିଥିଲେ ।

ଶର୍ମା କହିଛନ୍ତି ଯେ ବିକ୍ଷୋଭକାରୀମାନେ କୋଚରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ରେଳ କର୍ମଚାରୀମାନେ ଲୋକମାନଙ୍କୁ ଉଦ୍ଧାର କରିଥିଲେ | ଶର୍ମା କହିଛନ୍ତି ଯେ କୋଚ ପଛରେ ଥିବା ଦୁଇଟି ଫାଟକ ଖୋଲା ଥିଲା, ଯେଉଁଥିରେ ଯାତ୍ରୀମାନଙ୍କୁ ବାହାରକୁ କଢ଼ାଯାଉଥିଲା |ସେଠାରେ ଥିବା ରେଲୱେ ପୁଲିସ ଲୋକମାନଙ୍କୁ ସ୍ଥାନାନ୍ତର କରି ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ପଠାଉଥିଲେ |

ସମ୍ବନ୍ଧିତ ଖବର