ଆଜିଠାରୁ ନୂଆଦିଲ୍ଲୀରୁ ୩ଟି ସ୍ବତନ୍ତ୍ର ଟ୍ରେନ୍‌ର ପୁନଃ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ ବାତିଲ ହୋଇଥିବା ଭାରତୀୟ ରେଳବାଇର ଯାତ୍ରୀବାହୀ ଟ୍ରେନ ସେବା ଆଜିଠାରୁ ପର୍ଯ୍ୟାୟକ୍ରମେ ଆଂଶିକ ଭାବେ ପୁନଃପ୍ରଚଳନ ହୋଇଛି। ପ୍ରଥମ ଟ୍ରେନ ଭାବେ ନୂଆଦିଲ୍ଲୀ-ବିଳାସପୁର ସ୍ବତନ୍ତ୍ର ଟ୍ରେନ ସଂଖ୍ୟା ୦୨୪୪୧ ଆଜି ଅର୍ଥାତ ୧୨ ମେ, ୨୦୨୦ ଠାରୁ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ। ଆଜି ନୂଆଦିଲ୍ଲୀ ଷ୍ଟେସନରୁ ମୋଟ ୩ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିବ । ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଅତିରିକ୍ତ ଏହି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ।

ମୋଟ ୩ଟି ଟ୍ରେନ ଆଜିଠାରୁ ବିଭିନ୍ନ ଗନ୍ତବ୍ୟ ଅଭିମୁଖେ ନୂଆଦିଲ୍ଲୀରୁ ଆରମ୍ଭ କରିବ । ଏହି ଟ୍ରେନଗୁଡ଼ିକ ହେଲା:

କ୍ରଂସଂ ଟ୍ରେନ ସଂଖ୍ୟା ଛାଡ଼ିବ ପହଞ୍ଚିବ
1 ୦୨୬୯୨ ନୂଆଦିଲ୍ଲୀ ବେଙ୍ଗାଲୁରୁ
2 ୦୨୪୨୪ ନୂଆଦିଲ୍ଲୀ ଦିବ୍ରୁଗଡ଼
3 ୦୨୪୪୨ ନୂଆଦିଲ୍ଲୀ ବିଳାସପୁର

 

ନୂଆଦିଲ୍ଲୀ-ବିଳାସପୁର ସ୍ବତନ୍ତ୍ର ଟ୍ରେନରେ ୧୧୭୭ ଜଣ ଯାତ୍ରୀ ଟିକେଟ ବୁକିଂ କରିଥିବା ବେଳେ ୭୪୧ ପିଏନଆର ଜେନେରେଟ ହୋଇଛି। ନୂଆଦିଲ୍ଲୀ-ଦିବ୍ରୁଗଡ଼ ସ୍ବତନ୍ତ୍ର ଟ୍ରେନ ପାଇଁ ୧୧୨୨ ଜଣ ଯାତ୍ରୀ ଟିକେଟ ବୁକିଂ କରିବା ପରେ ୪୪୨ ପିଏନଆର ଏବଂ ନୂଆଦିଲ୍ଲୀ-ବେଙ୍ଗାଲୁରୁ ସ୍ପେଶାଲ ଟ୍ରେନରେ ୧୧୬୨ ଜଣ ଯାତ୍ରୀ ଟିକେଟ ବୁକିଂ କରିବା ପରେ ୮୦୪ ପିଏନଆର ସୃଷ୍ଟି ହୋଇଛି ।

ଆଜି ନୂଆଦିଲ୍ଲୀ ସମେତ ଅନ୍ୟ କିଛି ସହରରୁ ମୋଟ ୮ଟି ଟ୍ରେନ ଯାତ୍ରା ଆରମ୍ଭ କରୁଛି। ଏହାର ବିବରଣୀ ନିମ୍ନରେ ଦିଆଗଲା:

 

କଂ.ନଂ. ଟ୍ରେନ ସଂଖ୍ୟା ଛାଡ଼ିବ ପହଞ୍ଚିବ
1 ୦୨୩୦୧ ହାଓଡ଼ା ନୂଆଦିଲ୍ଲୀ
2 ୦୨୯୫୧ ମୁମ୍ବାଇ ସେଣ୍ଟ୍ରାଲ ନୂଆଦିଲ୍ଲୀ
3 ୦୨୯୫୭ ଅହମ୍ମଦାବାଦ ନୂଆଦିଲ୍ଲୀ
4 ୦୨୩୦୯ ରାଜେନ୍ଦ୍ରନଗର (ଟି) ନୂଆଦିଲ୍ଲୀ
5 ୦୨୬୯୧ ବେଙ୍ଗାଲୁରୁ ନୂଆଦିଲ୍ଲୀ
6 ୦୨୬୯୨ ନୂଆଦିଲ୍ଲୀ ବେଙ୍ଗାଲୁରୁ
7 ୦୨୪୨୪ ନୂଆଦିଲ୍ଲୀ ଦିବ୍ରୁଗଡ଼
8 ୦୨୪୪୨ ନୂଆଦିଲ୍ଲୀ ବିଳାସପୁର

 

ସମ୍ବନ୍ଧିତ ଖବର