ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନ ମାଧ୍ୟମରେ ନିଜର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥାନ୍ତି | ଆଉ ଟ୍ରେନକୁ ଭାରତର ଯାତାୟାତର ଜୀବନରେଖା କହିଲେ ମଧ୍ୟ ଭୁଲ ହେବ ନାହିଁ | ତେବେ ଭାରତରେ କିଛି ଏମିତି ଷ୍ଟେସନ ଅଛି ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ | ତେବେ ଏହି ଷ୍ଟେସନଗୁଡିକର ପ୍ଲାଟଫର୍ମ ପାଇଁ ଏହା ଦୃଷ୍ଟି ଆକର୍ଷଣ କରିନଥାଏ, ବରଂ ଏହି ଷ୍ଟେସନଗୁଡିକର ଅଜବ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥାଏ | ଆଜି ଆମେ ଆପଣଙ୍କୁ ଭାରତର ଏଭଳି କିଛି ଷ୍ଟେସନ ବାବଦରେ କହିବୁ ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଏହି ଷ୍ଟେସନର ନାମ ପରିବାରର ସଦସ୍ୟଙ୍କ ନାମକୁ ନେଇ ରଖାଯାଇଛି |
ବାପ୍(ବାପା) ରେଳ ଷ୍ଟେସନ୍: ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଅବସ୍ଥିତ ଏହି ଛୋଟ ରେଳ ଷ୍ଟେସନକୁ କାହିଁକି ବାପ୍ ନାମ ଦିଆଗଲା, କେହି ଜାଣନ୍ତି ନାହିଁ |
ବିବିନଗର ରେଳ ଷ୍ଟେସନ୍: ଦକ୍ଷିଣ-ମଧ୍ୟ ରେଳ ଅଧୀନରେ ବିଜୟୱାଡା ଡିଭିଜନ ଅଧୀନରେ ଏହି ରେଳ ଷ୍ଟେସନ୍ ଅଛି | ଏହି ଷ୍ଟେସନ ତେଲେଙ୍ଗାନାର ଭୁଭାନିନଗର ଜିଲ୍ଲାରେ ଅବସ୍ଥିତ |
ନାନା(ଜେଜେବାପା) ରେଳ ଷ୍ଟେସନ: ନାନା ରେଳଷ୍ଟେସନ ରାଜସ୍ଥାନର ସିରୋହି ପିଣ୍ଡୱାରା ନାମକ ସ୍ଥାନରେ ଅଛି। ଏହାର ନାମ କାହିଁକି ଏଭଳି ଦିଆଯାଇଛି ତାହା କେହି ଜାଣନ୍ତି ନାହିଁ |
ଶାଳୀ ରେଳ ଷ୍ଟେସନ: ବାପା ଓ ଜେଜେବାପା ରେଳଷ୍ଟେସନ ପରେ ଶାଳୀ ନାମକ ରେଳ ଷ୍ଟେସନ ରାଜସ୍ଥାନରେ ଅଛି। ଏହି ରେଳ ଷ୍ଟେସନ ରାଜସ୍ଥାନର ଯୋଧପୁର ଜିଲ୍ଲାର ଡୁଡୁ ନାମକ ସ୍ଥାନରେ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/f1a928fd-a97e-4b52-a3e3-8b6d1df9bab8.jpg)