ନୂଆଦିଲ୍ଲୀ: ରେଳ ଷ୍ଟେସନ ଓ ଟ୍ରେନର ବଗିରେ ପଡିଥିବା ଖାଲି ପାଣି ବୋତଲ ପିଛା ଏଣିକି ୫ ଟଙ୍କା ଲେଖାଏଁ ଦେବାକୁ ରେଳ ମନ୍ତ୍ରାଳୟ ସ୍ଥିର କରିଛି | ଯେ କେହି ବି ଏହି ବୋତଲ ଆଣି ଜମା କରିବା ପରେ ବୋତଲ ପିଛା ୫ ଟଙ୍କା ଲେଖାଏଁ ମିଳିବ | ଖାଲି ପାଣି ବୋତଲରୁ ଟି ସାର୍ଟ ପ୍ରସ୍ତୁତ କରାଯିବା ନେଇ ରେଳ ମନ୍ତ୍ରାଳୟ ଯୋଜନା ପ୍ରସ୍ତୁତ କରିଛି |
Sambad is now on WhatsApp
Join and get latest news updates delivered to you via WhatsApp
ଖାଲି ପାଣି ବୋତଲ ସଂଗ୍ରହ କରିବା ଦ୍ୱାରା ରେଳ ବଗି ଆବର୍ଜନା ମୁକ୍ତ ହେବ ସହ ପରିବେଶ ପ୍ରଦୂଷଣ ମଧ୍ୟ ଦୂର ହୋଇପାରିବ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି | ପୂର୍ବ-ମଧ୍ୟ ରେଳ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ପାଟନା ଜଙ୍କସନ, ରାଜେନ୍ଦ୍ର ନଗର, ପାଟନା ସାହିବ ଓ ଦାନପୁର ଷ୍ଟେସନରେ ଏକ ମେସିନ ଲଗାଯାଇଛି |
ଏଥିରେ ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରାଯିବା ସହ ଟୋପି ଓ ସାର୍ଟ ପ୍ରସ୍ତୁତ କରାଯାଉଛି | ପୂର୍ବ ମଧ୍ୟ ରେଲୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ପ୍ଲାଷ୍ଟିକ ବୋତଲରୁ ସବୁ ସମୟରେ ପିନ୍ଧିବା ଉପଯୋଗୀ ସାର୍ଟ ପ୍ରସ୍ତୁତ କରାଯିବାର ଉଦ୍ୟମ ଆରମ୍ଭ କରାଯାଇଛି | ଖୁବ ଶୀଘ୍ର ଏହି ପୋଷାକ ବଜାରରେ ଉପଲବ୍ଧ ହେବ |