ନୂଆଦିଲ୍ଲୀ: ଯଦି ଆପଣ ରେଲୱେ ଟିକଟ ନିଶ୍ଚିତ କରାଇଛନ୍ତି କିନ୍ତୁ ଭିଡ କାରଣରୁ ଟ୍ରେନରେ ଚଢି ନ ପାରିବେ ତେବେ ଆପଣ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ | ଆପଣଙ୍କ ଟଙ୍କା କେବେ ବି ବ୍ୟୟ ହେବନି ବରଂ ରେଳ ବିଭାଗ ଆପଣଙ୍କୁ ପୁରା ଟଙ୍କା ଫେରାଇବ | ଯଦି ଭିଡ ସମୟରେ ଆପଣ ଟ୍ରେନରେ ଚଢ଼ୁଥିବା ବେଳେ କୌଣସି ପ୍ରକାର କ୍ଷତି ହୁଏ ତେବେ ମଧ୍ୟ ରେଳ ବିଭାଗ ଆପଣଙ୍କୁ କ୍ଷତିପୂରଣ ଦେବ | ଆଇନଜୀବୀଙ୍କର କହିବା ମୁତାବକ ଯେଉଁ ଯାତ୍ରୀଙ୍କ ପାଖରେ ଯାତ୍ରାର ନିଶ୍ଚିତ ବା କନଫର୍ମ ଟିକଟ ରହିଛି ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବାର ଦାୟିତ୍ୱ ରେଳ ବିଭାଗର ହୋଇଥାଏ | ସଂରକ୍ଷିତ ସିଟର ଯାତ୍ରୀମାନଙ୍କୁ ସେମାନଙ୍କ ସିଟ ପାଖରେ ପହଂଚାଇବା ବି ରେଳ ବିଭାଗର ଦାୟିତ୍ୱ ହୋଇଥାଏ |

Advertisment

publive-image newindianexpress.com

କେମିତି କରିବେ କ୍ଷତିପୂରଣ ଆବେଦନ
ରେଲୱେ ସହ ସମ୍ବଦ୍ଧିତ ମାମଲାର ଶୁଣାଣି ପାଇଁ ରେଲୱେ କ୍ଳେମ୍ସ ଟ୍ରିବୁନାଲ ଗଠନ କରାଯାଇଛି | ଏହି ସବୁ ମାମଲାରେ ଆପଣ କ୍ଳେମ୍ସ ଟ୍ରିବୁନାଲର ସାହାଯ୍ୟ ନେଇପାରିବେ | ସେହିପରି କଂଜୁମର ଫୋରମ ଯିବାର ମଧ୍ୟ ଅଧିକାର ଥାଏ | ଯଦି ରେଳୱେୟ କ୍ଳେମ୍ସ ଟ୍ରିବୁନାଲ ଯାତ୍ରୀଙ୍କ ଅଭିଯୋଗରେ ସତ୍ୟତା ପାଆନ୍ତି ତେବେ ରେଲୱେ ବିରୋଧରେ ରାୟ ଦେଇପାରନ୍ତି |