ରେଲେଓ୍ଵ କାର୍ଯ୍ୟକ୍ରମ ବିଜ୍ଞାପନରେ ଲୋକ ପ୍ରତିନିଧିଙ୍କ ନାଁ ରହିବନି

ନୂଆଦିଲ୍ଲୀ: ଏଣିକି ରେଳବାଇ କାର୍ଯ୍ୟକ୍ରମ ପାଇଁ ଜାରି କରାଯାଇଥିବା ବିଜ୍ଞାପନରେ ସ୍ଥାନୀୟ ସାଂସଦ କିମ୍ବା ବିଧାୟକଙ୍କ ନାମ ରହିବନି। ରେଳ ମନ୍ତ୍ରାଳୟର ସୂଚନା ମୁତାବକ, ଏହି ବିଜ୍ଞାପନରେ କେବଳ ଉଦ୍‌ଘାଟନ କରୁଥିବା ନେତା ବା ମନ୍ତ୍ରୀଙ୍କର ନାମ ରହିବ। ଏପରିକି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ଓ ସ୍ୱାଗତ କରିବା ପାଇଁ କୌଣସି ସାଂସଦ ବା ବିଧାୟକ ଆସିଥିଲେ ସୁଦ୍ଧା ସେମାନଙ୍କର ନାମକୁ ବିଜ୍ଞାପନରେ ସାମିଲ କରାଯିବନି। ନୂଆ ରେଳପଥ କିମ୍ବା ନୂଆ ଟ୍ରେନ୍‌ ଶୁଭାରମ୍ଭ ଭଳି କାର୍ଯ୍ୟକ୍ରମରେ ବିଧାୟକ ଓ ସାଂସଦଙ୍କ ନାମ ରହୁଥିବା ସତ୍ତ୍ୱେ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧନ ହୋଇପାରୁନଥିବାରୁ ରେଳବାଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର