ଗତବର୍ଷ ରେଳଧାରଣାରେ ପାଖାପାଖି ୮,୭୦୦ ଲୋକଙ୍କ ଜୀବନ ଯାଇଛି, ଅଧିକାଂଶ ଥିଲେ ପ୍ରବାସୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସମୟରେ ଗତବର୍ଷ ସମଗ୍ର ଦେଶରେ ଲକଡାଉନ ଲାଗୁ କରାଯାଇଥିଲା। ଏହି କାରଣରୁ କେତେକ ଟ୍ରେନ ସେବାକୁ ବି ବନ୍ଦ କରାଯାଇଥିଲା। ଏହା ସତ୍ତ୍ବେ ବି ୨୦୨୦ରେ ପାଖାପାଖି ୮,୭୦୦ଲୋକଙ୍କ ରେଳଧାରଣାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ମୃତକଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଥିଲେ।

ସୂଚନା ଅଧିକାରୀ ଅଧିନିୟମ ଆଧାରରେ ମଧ୍ୟପ୍ରଦେଶର କର୍ମକର୍ତ୍ତା ଚନ୍ଦ୍ରଶେଖର ଗୌର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜାନୁଆରିରୁ ଡିସେମ୍ବର ୨୦୨୦ ମଧ୍ୟରେ ‌କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହାର ରି‌ପୋର୍ଟ ରେଳବାଇ ଦେଇଥିଲା।

ରେଳବାଇ ବୋର୍ଡର କହିବାନୁସାରେ, ରାଜ୍ୟ ପୁଲିସ ଠାରୁ ପ୍ରାପ୍ତ ସୂଚନା ଆଧାରରେ ୮୦୫ଜଣ ଲୋକ ଆହତ ହୋଇଥିବା ବେଳେ ୮,୭୩୩ଜଣଙ୍କ ଜାନୁଆରି ୨୦୨୦ରୁ ଡିସେମ୍ବର ୨୦୨୦ମଧ୍ୟରେ ରେଳଧାରଣରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ଅଧିକାଂଶ ମୃତକ ପ୍ରବାସୀ ଶ୍ରମିକମାନେ ଥିଲେ। କାରଣ ଲକଡାଉନ ସମୟରେ ସେମାନେ ଚାଲିଚାଲି ଘରେ ପହଞ୍ଚିବାକୁ ସ୍ଥିର କରିଥିଲେ। କାରଣ ଅନ୍ୟ ପଥ ଅପେକ୍ଷା ରେଳ ପଥରେ ଗଲେ କମ ସମୟ ଲାଗିଥାଏ।

ସମ୍ବନ୍ଧିତ ଖବର