କେରଳକୁ ଟ୍ରେନ୍‌ଯୋଗେ ମାଡି ଆସୁଛନ୍ତି ଶହଶହ ରୋହିଙ୍ଗ୍ୟା  , ସତର୍କ ରହିବାକୁ ଆରପିଏଫକୁ ନିର୍ଦ୍ଦେଶ

ଚେନ୍ନାଇ:  ଶହଶହ ସଂଖାରେ ରୋହଙ୍ଗ୍ୟା ଶରଣାର୍ଥୀ ରେଳ ଜରିଆରେ  ଦେଶର ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକୁ ମାଡ଼ି ଆସୁଛନ୍ତି। ଏହିପରି ଏକ ଗୁଇନ୍ଦା ସୂଚନା ପାଇବା ପରେ ଦକ୍ଷିଣ ରେଳବାଇ ପକ୍ଷରୁ  ଏହା ଅଧିନରେ ଥିବା ସମସ୍ତ ରେଳବାଇ ଡିଭିଜନରେ ମୂତୟନ ଆରପିଏଫ୍‌ ଜବାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ଉତ୍ତରପୂର୍ବ ରାଜ୍ୟରୁ ରେଳବାଇ ଯୋଗେ  କେରଳକୁ ମାଡ଼ି ଆସୁଥିବା ରୋହିଙ୍ଗ୍ୟା ମାନଙ୍କୁ ଗିରଫ କରି ପୁଲିସକୁ ହସ୍ତାନ୍ତର କରିବାକୁ କୁହାଯାଇଛି।

ଦକ୍ଷିଣ ଦକ୍ଷିଣ ରେଳବାଇର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ  ଚେନ୍ନାଇ, ମଦୁରାଇ ଓ ସଲିମ,ତ୍ରିଭେନ୍ଦ୍ରମ, ପାଲଘାଟ, ତିରୁଚିରାପଲ୍ଲୀ  ରେଳବାଇ ଡିଭିଜନର ସୁରକ୍ଷା କମିସନଙ୍କୁ ଏହି ମର୍ମରେ ଚିଠି ଲେଖି ସତର୍କ କରି ଦିଆଯାଇଛି।ଏପରିକି ଏହି ରୋହିଙ୍ଗ୍ୟା ଶରଣାର୍ଥୀମାନେ ଉତ୍ତରପୂର୍ବାଞ୍ଚଳ ରାଜ୍ୟରୁ ପଶ୍ଚିମବଙ୍ଗ ଓ ଆସାମରୁ  ଯେଉଁ ୧୫ଟି ଟ୍ରେନ୍‌ ମାଧ୍ୟମରେ ତାମିଲନାଡୁ ଓ କେରଳକୁ ଯାଉଛନ୍ତି ସେ ସମ୍ପର୍କର୍ରେ ମଧ୍ୟ ସୂଚନା ଦିଆଯାଇଛି।ଏହି ରୋହିଙ୍ଗ୍ୟାମାନେ ନିଜ ପରିବାର ସହିତ ଦଳବଦ୍ଧ ହୋଇ ଟ୍ରେନ୍‌ରେ ଆସୁଥିବା କୁହାଯାଇଛି। ବିଶେଷ କରି ସାନ୍ଥାଗାଛି-ଚେନ୍ନାଇ, ହାଓ୍ଵଡ଼ା- ଚେନ୍ନାଇ, ହାଓଡ଼ା ମେଲ, ଗୌହାଟୀ-ତ୍ରିଭେନ୍ଦ୍ରମ ଓ ସାଲିମାର -ତ୍ରିଭେନ୍ଦ୍ରମ ଟ୍ରେନ୍‌ରେ ଏହି ଶଣାର୍ଥୀମାନେ ଶ୍ରମିକଭାବେ କେରଳ ଓ ତାମିଲନାଡୁକୁ ମାଡ଼ି ଆସୁଥିବାରୁ ଏ ନେଇ ସତର୍କ କରିଛି ରେଳବାଇ ବୋର୍ଡ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ  ବେଆଇନ ଅନୁପ୍ରବେଶକାରୀ ବୋଲିି କହିବା ସହିତ ସେମାନଙ୍କ ଗତିବିଧି ଉପର ନଜର ରଖି ସେମାନଙ୍କୁ ମିଆଁମାର ପଠାଇଦେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର