ଭିଡ଼ କମାଇବାକୁ ଭଡ଼ା ବଢାଯାଇଛି :  ଭାରତୀୟ ରେଳ

ନୂଆଦିଲ୍ଲୀ: କରୋନା କଟକଣା ଯୋଗୁଁ ବନ୍ଦ ଥିବା ରେଳ ଚଳାଚଳ ଧୀରେ ଧୀରେ ଆରମ୍ଭ ହେଉଛି । ତେବେ ଭାରତୀୟ ରେଳ ପକ୍ଷରୁ  ସ୍ବଳ୍ପ ଦୂରଗାମୀ ଟ୍ରେନଗୁଡ଼ିକର ଭଡ଼ା ବଢାଇଦିଆଯାଇଛି । ଏପରିକି ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏ ସମ୍ପର୍କରେ  ଭାରତୀୟ ରେଳ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀର ପ୍ରଭାବ ଏବେ ବି ରହିଥିବାରୁ ଟ୍ରେନଗୁ଼ଡ଼ିକରେ ଅତ୍ୟଧିକ ଭିଡ଼ କମାଇବାକୁ ଏପରି ପଦକ୍ଷେପ ନିଆଯାଇଛି । ଅତି ଜରୁରୀ ନହେଲେ ରେଳଯାତ୍ରା ନ କରିବାକୁ  ଲୋକଙ୍କୁ ସଚେତନ କରିବାକୁ ଏପରି ଭଡ଼ାବୃଦ୍ଧି କରାଯାଇଛି ।

ଭାରତୀୟ ରେଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ରେଳସେବାକୁ ସ୍ବାଭାବିକ କରିବାକୁ ପଦକ୍ଷେପ ନିଆଯାଉଛି । ଇତି ମଧ୍ୟରେ ପ୍ରାୟ ୬୫ ପ୍ରତିଶତ ଏକ୍ସପ୍ରେସ ଓ ମେଲ ଟ୍ରେନର ଚଳାଚଳ ସ୍ବାଭାବିକ କରାଯାଇଛି । ଏହା ସହିତ ପ୍ରାୟ ୯୦ ପ୍ରତିଶତ ସବଅର୍ବାନ ଟ୍ରେନ ଚଳାଚଳ ସ୍ବାଭାବିକ କରାଯାଇଛି ।

ଗତବର୍ଷ କରୋନା ସଂକ୍ରମଣ ବଢିବା ପରେ ମାର୍ଚ୍ଚ ୨୨ରୁ ସାରା ଦେଶରେ ରେଳଚଳାଚଳ ବନ୍ଦ କରାଯାଇଥିଲା ।

ସମ୍ବନ୍ଧିତ ଖବର