ନୂଆଦିଲ୍ଲୀ : ଦ୍ବାରକାର ଏକ ଅଞ୍ଚଳରୁ ବେଆଇନଭାବେ ୯୯୦ ଗଛ କାଟିବା ଅଭିଯୋଗରେ ବନ ବିଭାଗ ରେଳ ଭୂ-ଉନ୍ନୟନ ପ୍ରାଧିକରଣ (ଆର୍ଏଲ୍ଡିଏ) ଉପରେ ୫.୯ କୋଟି ଟଙ୍କାର ଜରିମାନା କରିଛି।
ସ୍ଥାନୀୟ ଲୋକଙ୍କଠାରୁ ଅଭିଯୋଗ ପାଇ ଗତ ଜାନୁଆରି ମାସରେ ବନ ବିଭାଗ ଯେତେବେଳେ ତଦନ୍ତ ଆରମ୍ଭ କଲା ସେତେବେଳେ ଆର୍ଏଲ୍ଡିଏ ଗଛ କାଟିବା ଅଭିଯୋଗକୁ ପୂରା ଫାଙ୍କି ଉଡ଼େଇଦେଲା। ତେବେ ବନବିଭାଗ କର୍ମଚାରୀମାନେ ଖୋଳତାଡ଼ କରି ୦.୬ ହେକ୍ଟର ଜମିରୁ ପ୍ରାୟ ୧୫୦ ଗଛ କଟା ହୋଇଥିବା ଦେଖିବାକୁ ପାଇଲେ। ପରେ ସାଟେଲାଇଟ୍ ଚିତ୍ର ଓ ଅନ୍ୟାନ୍ୟ ପଦ୍ଧତିରେ ଅନୁସନ୍ଧାନରୁ ଜଣାପଡ଼ିଲା ଯେ ରେଳ ବିଭାଗ ପ୍ରାୟ ୪ ହେକ୍ଟର ଜମିରୁ ୯୯୦ ଗଛ କାଟିଛି। ଉପ ବନ ସଂରକ୍ଷକ (ପଶ୍ଚିମ) ଜୁନ୍ ୩୦ ସୁଦ୍ଧା ୫.୯ କୋଟି ଟଙ୍କା ଜରିମାନା ଦେବାକୁ ଆର୍ଏଲ୍ଡିଏକୁ ଆଦେଶ ଦେଇଛନ୍ତି। ତା’ ନ ହେଲେ ଏଫ୍ଆଇଆର୍ ରୁଜୁ କରାଯିବ ବୋଲି କହିଛନ୍ତି।
ଗଛ କାଟିବାରୁ ରେଳବାଇ ଉପରେ ୫.୯ କୋଟି ଟଙ୍କାର ଜରିମାନା
/sambad/media/post_attachments/wp-content/uploads/2022/06/p16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)