ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ଅନ୍ୟମାନଙ୍କ ପାଇଁ ଗୃହ ମନ୍ତ୍ରଳୟ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍ ଚଳାଇଛନ୍ତି। ମେ ୧ତାରିଖରୁ ଫସି ରହିଥିବା ଲୋକଙ୍କ ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଇଛନ୍ତି | ତେବେ ରେଳବାଇ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ପେଶାଲ୍ ଟ୍ରେନ ଚଲାଇବା ସହ ଏ ନେଇ ସେମାନଙ୍କ ଠାରୁ ଟିକେଟ ପଇସା ନେବା ବୋଲି ଜଣାପଡିଛି | ତେବେ ରାଜ୍ୟ ସରକାର ଚାହିଁଲେ ସମନ୍ୱୟ ରକ୍ଷା କରି ଯାତ୍ରୀଙ୍କ ତରଫରୁ ଦେୟ ଦେଇପାରିବେ ବୋଲି ରେଳ ମନ୍ତ୍ରାଳୟ କହିଛି। ରାଜ୍ୟ ସରକାର ସମ୍ପୃକ୍ତ ରାଜ୍ୟଗୁଡ଼ିକର ଶ୍ରମିକମାନଙ୍କ ପାଇଁ ଚାହିଁଲେ ଦେୟ ଦେଇପାରିବେ |
ସୂଚନା ମୁତାବକ, କେରଳରେ ଫସି ରହିଥିବା ଓଡ଼ିଶାର ଲୋକଙ୍କୁ ଫେରାଇ ଆଣିବା ପାଇଁ କେରଳର ଆଲୁଭାରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଟ୍ରେନ ଆଜି ଯାତ୍ରା ଆରମ୍ଭ କରିଛି | ଆଲୁଭାରୁ ଭୁବନେଶ୍ୱର ବ୍ୟତୀତ ଲିଙ୍ଗାମପାଲିରୁ ହଟିଆ, ନାଶିକରୁ ଲକ୍ଷ୍ନୌ, ନାଶିକରୁ ଭୋପାଲ, ଜୟପୁରରୁ ପାଟନା, କୋଟାରୁ ହଟିଆକୁ ଏହି ସ୍ୱତନ୍ତ୍ର ଟ୍ରେନ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି |