ନନ୍-ଏସି ବଗିରେ ଆଇସୋଲେସନ୍ ୱାର୍ଡ ଖୋଲିଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତିମାନଙ୍କ ଚିକିତ୍ସା ନିମନ୍ତେ ଅଣ-ଶୀତତାପନିୟନ୍ତ୍ରିତ ବଗିରେ ପରୀକ୍ଷାମୂଳକ ଭାବେ ଆଇସୋଲେସନ୍ ୱାର୍ଡ ତିଆରି କରିଥିବା କଥା ଶନିବାର ଦିନ ଭାରତୀୟ ରେଳବାଇ କହିଛି ।

ଅଳ୍ପ କେତେ ଦିନ ମଧ୍ୟରେ ଏହି ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତି କୌଶଳ ଚୂଡ଼ାନ୍ତ ହୋଇଯିବ । ଏହାପରେ ପ୍ରତ୍ୟେକ ରେଳବାଇ ଜୋନ୍ ପ୍ରତି ସପ୍ତାହରେ ୧୦ଟିକିଆ ବଗିରେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରିବ ।

ଏ ସଂକ୍ରାନ୍ତରେ ଉତ୍ତର ରେଳବାଇର ମୁଖପାତ୍ର ଦୀପକ କୁମାର କହିଛନ୍ତି ଯେ ଏହା ପରେ ଏହି ବଗିରେ ନିର୍ମିତ ଆଇସୋଲେସନ୍ ୱାର୍ଡ ସବୁ ସମ୍ପୃ୍କ୍ତ ଅଞ୍ଚଳ ବା ଆବଶ୍ୟକ ହେଉଥିବା ଅଞ୍ଚଳକୁ ପଠାଯିବ ।

Image Source: Zee News

ଆଇସୋଲେସନ୍ ୱାର୍ଡ କରିବାକୁ ବଗିଗୁଡ଼ିକରେ ଥିବା ମଝି ବର୍ଥଟିକୁ କାଢ଼ି ଦିଆଯାଉଛି । କମ୍ପାର୍ଟମେଣ୍ଟର ନିମ୍ନ ଅଂଶକୁ ପ୍ଲାଇଉଡରେ ଯୋଡ଼ାଯାଇ ମଝିରେ ଯାତାୟାତ ପାଇଁ ଥିବା ସ୍ଥାନରେ ପାର୍ଟିସନ୍ କରାଯାଉଛି ।

ଏହାଛଡ଼ା ଡାକ୍ତରୀ ଉପକରଣ ନିମନ୍ତେ ପ୍ରତି ବଗିରେ ୨୨୦ ଭୋଲଟର ଇଲେକ୍ଟ୍ରିକାଲ୍ ପଏଣ୍ଟ୍ ଯୋଗାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର