ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ପ୍ରାୟ ୨.୫୦ ଲକ୍ଷ ଅତିରିକ୍ତ ପଦବୀ ଏବେ ନିଯୁକ୍ତି ଅପେକ୍ଷାରେ ରହିଛି ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ। ଏସଂପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଯେ ଭାରତୀୟ ରେଳବାଇରେ ୨.୨୫ରୁ ୨.୫୦ ଲକ୍ଷ ଲୋକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି।

Advertisment


ଏହାବାଦ ଆଉ ୧.୫୦ ଲକ୍ଷ ପଦବୀରେ ନିଯୁକ୍ତି ପ୍ରଦାନ ପାଇଁ ରେଳ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ଏବଂ ଆସନ୍ତା ଦୁଇରୁ ଅଢ଼େଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରାଯାଇ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏହି ୧.୫ ଲକ୍ଷ ପଦବୀରେ ନିଯୁକ୍ତି ପରେ ବି ଆହୁରି ପ୍ରାୟ ୧.୩୨ ଲକ୍ଷରୁ ଅଧିକ ପଦବୀ ଏବେ ଖାଲି ପଡ଼ିଛି ଏବଂ ଆସନ୍ତା ଦୁଇବର୍ଷ ମଧ୍ୟରେ ପ୍ରାୟ ୧ଲକ୍ଷ ରେଳବାଇ କର୍ମଚାରୀ ନିଜ ପଦବୀରୁ ଅବସର ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋୟଲ।