ରେଳ ଧାରଣାରେ ପ୍ରେମ ନ କରିବାକୁ ଚେତାବନୀ ଦେଲା ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅନେକ ସମୟରେ ଦେଖିବାକୁ ମିଳିଛି କେତେକ ଯୁବକ-ଯୁବତୀ ବିଶେଷ କରି ପ୍ରେମୀଯୁଗଳ ରେଳଧାରଣା କିମ୍ବା ଛିଡା ହୋଇଥିବା ମାଲଗାଡ଼ି ତଳେ ବସି ସମୟ ବିତାଇ ଥାଆନ୍ତି। ତେବେ ଏପରି କରିବା ଘାତକ ହୋଇପାରେ, ଏ କଥା ସେମାନେ କେବେ ବି ଚିନ୍ତା କରି ନଥାଆନ୍ତି।

ଏଭଳି ଘଟଣାକୁ ନେଇ ଗତ ମଙ୍ଗବଳାର ରେଳ ମନ୍ତ୍ରାଳୟ ଏକ ଫଟୋ ସେୟାର କରିଛି । ଏହି ଫଟୋରେ ମନ୍ତ୍ରାଳୟ ମାଲଗାଡ଼ି ବଗି ତଳେ ଯେଉଁ ଯାତ୍ରୀ ସମୟ ବିତାଉଛନ୍ତି, ସେମାନଙ୍କ ପ୍ରତି ବିପଦ ରହିଥିବା ନେଇ ଚେତାବନୀ ଦେଇଛି । ଏଥିସହିତ ଯଥାସମ୍ଭବ ସତର୍କ ଓ ସୁରକ୍ଷିତ ରହିବାକୁ ବି କହିଛି । କେବଳ ଏତିକି ନୁହେଁ, ଅସୁରକ୍ଷିତ ଭାବେ ରେଳ ଧାରଣା ପାର କରୁଥିବା ଯାତ୍ରୀଙ୍କୁ ବି ନିବୃତ୍ତ ରହିବାକୁ ବି ସତର୍କ କରି ଦେଇଛି । ରେଳ ମନ୍ତ୍ରାଳୟର ଏହି ଟୁଇଟକୁ ସେୟାର କରିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

ରେଳମନ୍ତ୍ରାଳୟ ପକ୍ଷରୁ ପୋଷ୍ଟ କରାଯାଇଥିବା ଏହି ମଜାଦାର ଫଟୋରେ ଦେଖିବାକୁ ମିଳିଛି କି, କିପରି ପ୍ରେମୀଯୁଗଳ ମାଲଗାଡ଼ି ତଳେ ବସି ପ୍ରେମାଳାପ କରୁଛନ୍ତି।

ସମ୍ବନ୍ଧିତ ଖବର