ନୂଆଦିଲ୍ଲୀ : ମୋଦି ସରକାରଙ୍କ ବଜେଟରେ ଭାରତକୁ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ନିବେଶ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଛି । ବିଶେଷକରି ରେଲବାଇ କ୍ଷେତ୍ରରେ ଘରୋଇ ପୁଞ୍ଜି ଆକୃଷ୍ଟ କରିବାକୁ ଘୋଷଣା କରାଯାଇଛି ।
ବଜେଟ ଅବିଭାଷଣରେ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନୀକିକରଣ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡିିବ । ଏତେ ପରିମାଣର ପୁଞ୍ଜିନିବେଶ ସଂଗ୍ରହ ପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ରେଳବାଇର ବିଭିନ୍ନ ପ୍ରକଳ୍ପରେ ସହଭାଗୀ କରାଯିବ । ଅନ୍ୟପକ୍ଷରେ ରେଳବାଇ ଉପରେ ମାଲ ପରିବହନ ଚାପ କମାଇବାକୁ ଜଳମାର୍ଗରେ ପରିବହନକୁ ପ୍ରେତ୍ସାହିତ କରାଯିବ ।