ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଲୋକୋ ପାଇଲଟଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଛନ୍ତି ବୋଲି କଂଗ୍ରେସ ଦାବି କରିଛି। ତେବେ ଉତ୍ତର ରେଳବାଇ ମୁଖପାତ୍ର ଦୀପକ କୁମାର କଂଗ୍ରେସର ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ରାହୁଲ ଗାନ୍ଧୀ ରେଳ ଷ୍ଟେସନରେ ଯେଉଁ ମାନଙ୍କୁ ଭେଟିଥିଲେ ସେମାନେ ରେଳ କର୍ମଚାରୀ ନୁହଁନ୍ତି ।
ଉତ୍ତର ରେଳବାଇ ଅନୁଯାୟୀ, ରାହୁଲ ଗାନ୍ଧୀ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଯେଉଁ ରେଳବାଇର ଲୋକୋ ପାଇଲଟଙ୍କ ସହ କଥା ହୋଇଥିଲେ ସେମାନଙ୍କୁ ବାହାରୁ ଅଣାଯାଇଥିଲା। ରାହୁଲ ଗାନ୍ଧି ବାହାର ଲୋକଙ୍କ ସହ କଥା ବାର୍ତ୍ତା କରିବା ସହ ତାଙ୍କୁ ରେଲୱେ ଲୋକୋ ପାଇଲଟ ବୋଲି କହିଥିଲେ ବୋଲି ଅଭିଯୋଗ ହୋଇଛି। ରେଳବାଇର ଏହି ବୟାନକୁ ନେଇ ରାଜନୀତି ବଢିବାର ସମ୍ଭାବନା ରହିଛି ।
ଜନ ସମ୍ବାଦ ନୀତି ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଛନ୍ତି। ସେପଟେ ରାହୁଲ ଗାନ୍ଧି ଶୁକ୍ରବାର ହଠାତ୍ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ସେ ଲୋକୋ ପାଇଲଟଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ରାହୁଲ ଗାନ୍ଧି ସେମାନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ଆମେ କେବଳ ଆପଣଙ୍କ ସମସ୍ୟା ଶୁଣିବୁ ନାହିଁ ବରଂ ଏହାର ସମାଧାନ ମଧ୍ୟ କରିବୁ ଏବଂ ଭବିଷ୍ୟତରେ ଆପଣଙ୍କୁ ଆଉ କେବେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ଆମର ପ୍ରୟାସ ରହିବ ।