ରାତିଅଧିଆ ବିଭିନ୍ନ ରେଳ ପ୍ରକଳ୍ପଗୁଡିକର ସମୀକ୍ଷା କଲେ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଧ ରାତିରେ ପୂର୍ବତଟ ରେଳପଥ ଅଧୀନରେ ଥିବା ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି । ନିଜ ମନ୍ତ୍ରାଳୟରେ ବସି ଓଡ଼ିଶାର କେଉଁ ପ୍ରକଳ୍ପ କାର୍ଯ୍ୟ କେତେ ବାଟ ଆଗେଇଛି ସେନେଇ ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ମନ୍ଥର ଗତିରେ ଚାଲିଥିବା ରେଳ ପ୍ରକଳ୍ପଗୁଡିକ ସମ୍ପର୍କରେ ଗୋଟି ଗୋଟି କରି ବୁଝିଛନ୍ତି । ୩୦୬ କିଲୋମିଟର ଖୋର୍ଦ୍ଧା ରୋଡ ବଲାଙ୍ଗୀର ରେଳପଥ ଅଗ୍ରଗତିକୁ ମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି ।

 

ଏହି ପ୍ରକଳ୍ପ କାର୍ଯ୍ୟ କେତେ ବାଟ ପର୍ଯ୍ୟନ୍ତ ଯାଇଛି କେଉଁଠି ଅଟକି ରହିଛି, କ’ଣ ପାଇଁ ବିଳମ୍ବ ହେଉଛି ସେ ବିଷୟରେ ପଚାରି ବୁଝିଛନ୍ତି । ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀ, ତାଳଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍ ନିର୍ମାଣର ସମୀକ୍ଷା କରିଛନ୍ତି । ସେହିପରି ବଂଶପାଣି- ଦୈତାରୀ-ଟୋମକା-ଜଖପୁରା, ସମ୍ବଲପୁର-ଟିିଟିଲାଗଡ଼, ଖୋର୍ଦ୍ଧା ରୋଡ଼-ବାରଙ୍ଗ, ବିଜୟନଗରମ୍-ସମ୍ବଲପୁର, ତାଳଚେର-ସମ୍ବଲପୁର ରେଳଲାଇନ୍ ଡବଲିଂ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସମ୍ବନ୍ଧିତ ଖବର