ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଡାଉନ୍ ସମୟସୀମା ଆହୁରି ୧୯ ଦିନ ବୃଦ୍ଧି କରିବା ପରେ ଭାରତୀୟ ରେଳବାଇ ମେ ୩ ତାରିଖ ପର୍ଯ୍ୟନ୍ତ ଯାତ୍ରୀ ସେବା ବାତିଲ କରିଛି।
ଏ ସଂକ୍ରାନ୍ତରେ ଟୁଇଟ୍ କରି ରେଳ ମନ୍ତ୍ରାଳୟ କହିଛି ଯେ ପ୍ରିମିୟମ ଟ୍ରେନ୍, ମେଲ୍/ଏକ୍ସେପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍ ଟ୍ରେନ୍, କୋଲ୍କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍ୱେ ଇତ୍ୟାଦି ସମେତ ଭାରତୀୟ ରେଳବାଇର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ମେ ୩ ତାରିଖ ରାତି ୧୨ଟା ଯାଏଁ ବନ୍ଦ ରହିବ।
All passenger train services on Indian Railways including Premium trains, Mail/Express trains, Passenger trains, Suburban Trains, Kolkata Metro Rail, Konkan Railway etc shall continue to remain cancel till the 2400hrs of 3rd May 2020. #IndiaFightsCorona
— Ministry of Railways (@RailMinIndia) April 14, 2020
ବାତିଲ ହୋଇଥିବା ରେଳଗାଡ଼ି ନିମନ୍ତେ ଅଗ୍ରିମ ଟିକେଟ କରିଥିବା ଯାତ୍ରୀମାନଙ୍କୁ ଯାତ୍ରୀ ମାସୁଲ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ। ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନ ପାଇବା ଯାଏଁ କୌଣସି ଅଗ୍ରୀମ ରିଜର୍ଭେସନ୍ କରାଯିବ ନାହିଁ।
ମାଲ୍ ଓ ପାର୍ସଲ୍ ପରିବହନ ବର୍ତ୍ତମାନ ପରି ଚାଲୁ ରହିବ।